Latest Odisha News

BREAKING NEWS

ନିର୍ବାଚନ ଅବ୍ୟବସ୍ଥା ଲାଗି ଡାଏଲ କରନ୍ତୁ- ୦୬୭୪-୨୩୯୫୦୧୫ ନଂ

ଭୁବନେଶ୍ୱର : ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ସମୟରେ ସମସ୍ତ ପ୍ରକାର ଅନିୟମିତତା ତଥା ଅବ୍ୟବସ୍ଥା ରୋକିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଶୁକ୍ରବାର ଦିନ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି।

ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ସାଧାରଣ ଜନତାମାନେ ନିର୍ବାଚନ ସମୟରେ କୌଣସି ପ୍ରକାର ଅବ୍ୟବସ୍ଥା ଦେଖିଲେ, ସେମାନେ ଟେଲିଫୋନ୍ ଯୋଗେ ଅଭିଯୋଗ କରିପାରିବେ । ଉକ୍ତ କଣ୍ଟ୍ରୋଲ୍ ରୁମ ନମ୍ବର ହେଉଛି- (୦୬୭୪-୨୩୯୫୦୧୫)।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତୀୟ ନିର୍ବାଚନ ଆୟୋଗ ଓଡିଶାରେ ୪ର୍ଥ ପର୍ଯ୍ୟାୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ଆୟୋଜିତ ହେବା ନେଇ ଘୋଷଣା କରିବା ପରେ ସମସ୍ତ ରାଜନୈତିକ ଦଳ ଉପରେ ଆଦର୍ଶ ଆଚାର ସଂହିତା ଲାଗୁ ନେଇ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.