ପୁରୀ: ସୌରଜଗତର ଦୁଇ ଗ୍ରହ ନେପଚ୍ୟୁନ ଓ ୟୁରାନସରେ ହୀରା ବର୍ଷା ହେଉଛି । ବିଶ୍ୱାସ ନ ହେଲେ ବି ଏହା ସତ । ତେବେ ଏହି ହୀରା ଆଣିବା ପୃଥିବୀବାସୀଙ୍କ ପାଇଁ ଏତେଟା ସହଜ ହେବ ନାହିଁ । ଆସନ୍ତୁ ଜାଣିବା ଏହାର ବୈଜ୍ଞାନିକ କାରଣ ସମ୍ପର୍କରେ.. ସୂର୍ଯ୍ୟଠାରୁ ଅନତି ଦୂରରେ ଥିବା ଏହି ୨ ଗ୍ରହରେ ହାଇଡ୍ରୋଜେନ, ହିଲିୟମ ଓ ମିଥେନ ଗ୍ୟାସ ମହଜୁଦ ଅଛି । ୟୁରାନେସ ପୃଥିବୀଠାରୁ ୧୭ଗୁଣ ଓ ନେପଚ୍ୟୁନ ୧୫ଗୁଣ ବଡ । ଏଠାରେ ଥିବା ମିଥେନ ଗ୍ୟାସ ଉପରେ ଅତ୍ୟଧିକ ଚାପ ପଡିବା ଯୋଗୁ ହାଇଡ୍ରୋଜେନ ଓ କାର୍ବନ ପରସ୍ପରଠାରୁ ଅଲଗା ହୋଇ ଯାଆନ୍ତି । ପରେ କାର୍ବନ ହୀରା ରୂପ ଧାରଣ କରିଥାଏ ।
ଏଠାରେ ତାପମାତ୍ରା ମାଇନସ ୨୦୦ ଡିଗ୍ରୀ ସେଲସିୟନ ଏବଂ ବାୟୁର ବେଗ ୨୫୦୦ କିଲୋମିଟର ଛୁଇଁଥାଏ । ଏଠାରେ ମଣିଷ ପଂହଚିବା ସମ୍ଭବପର ହୋଇ ନାହିଁ । ହୀରାର ବର୍ଷା ହୋଉଥିଲେ ଅଣାଯାଇ ପାରିବ ନାହିଁ । ଶନିରେ ମଧ୍ୟ ସମାନ ପଦ୍ଧତିରେ ହୀରା ସୃଷ୍ଟି ହେବାର କିଛି ସମୟ ପରେ ଉଚ୍ଚ ତାପମାତ୍ରା ଯୋଗୁ ଗ୍ରାଫାଇଟରେ ପରିଣତ ହୋଇ ଯାଇଥାଏ ।
Comments are closed.