Latest Odisha News

BREAKING NEWS

ମିଳିଲାନି ଲୋନ୍‌, ବ୍ୟାଙ୍କରେ ନିଆଁ ଲଗାଇଦେଲେ ଆବେଦନକାରୀ

ଭୁବନେଶ୍ୱର: ଅନେକ ସମୟରେ ଆମେ ହେଉ ଅବା ଅନ୍ୟ କେହି, ମାନସିକତାରେ ଆସିଥାଏ ଅପ୍ରତ୍ୟଶିତ ପରିବର୍ତ୍ତନ । ସେହି କ୍ଷଣରେ କିଛି ଗୋଟିଏ ଅନିୟନ୍ତ୍ରିତ ଘଟଣା ନିଶ୍ଚିତ ଭାବେ ସାମ୍ନାକୁ ଆସିଥାଏ । ଯେମିତି କି ଜଣେ ବ୍ୟକ୍ତି ଲୋନ୍ ପାଇଁ ଦୌଡିଦୌଡି ନୟାନ୍ତ ହେବା ପରେ ଶେଷରେ ରାଗ ଶୁଝାଇବାକୁ ଯାଇ ସେହି ବ୍ୟାଙ୍କରେ ନିଆଁ ଲଗାଇଦେଇଥିଲେ ।

ଗତ ରବିବାର କର୍ଣ୍ଣାଟକ ହବେରି ଜିଲ୍ଲାର ୩୩ ବର୍ଷୀୟ ୱାସିମ୍ ହଜରତ୍‌ସାବ୍ ନାମକ ଜଣେ ବ୍ୟକ୍ତି ଏକ ବ୍ୟାଙ୍କରେ ଅଗ୍ନିକାଣ୍ଡ ଘଟାଇଥିଲେ । ମିଳିଥିବା ସୂଚନା ଅନୁଯାୟୀ ୱାସିମ୍ ହେଦ୍‌ୁଗୋଣ୍ଡା ବ୍ରାଂଚ କାନାରା ବ୍ୟାଙ୍କରେ ଏକ ଲୋନ୍ ପାଇଁ ଆବେଦନ କରିଥିଲେ । ହେଲେ ୱାସିମଙ୍କ ସିବିଲ୍ ସ୍କୋଲ୍ ଅତି ନିମ୍ନ ଥିବାରୁ ବ୍ୟାଙ୍କ ତାଙ୍କ ଦରଖାସ୍ତ ଖାରଜ କରିଦେଇଥିଲା ।

ବ୍ୟାଙ୍କରୁ ପ୍ରତ୍ୟାଖ୍ୟାନକୁ ୱାସିମ୍ ସହ୍ୟ କରିପାରିନଥିଲା । ସକାଳୁ ବ୍ୟାଙ୍କରୁ ଫେରିବା ପରେ ସେ ପୁନଃ ରାତିରେ ବ୍ୟାଙ୍କ ସମ୍ମୁଖରେ ପହଂଚିଥିଲା । ଏକ ଝରକାର କାଚ ଭାଙ୍ଗି ଭିତରକୁ ପେଟ୍ରୋଲ ଫିଙ୍ଗିବା ପରେ ଅଗ୍ନି ସଂଯୋଗ କରିଥିଲା । ବ୍ୟାଙ୍କରୁ ଧୁଆଁ ବାହାରୁଥିବା ଦେଖି ରାସ୍ତାରେ ଯାଉଥିବା ଲୋକେ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ପ୍ରଥମେ ପୋଲିସ ଘଟଣାସ୍ଥଳରେ ପହଂଚିଥିଲା । ତେବେ ଚମ୍ପଟ୍ ମାରିବା ପୂର୍ବରୁ ଅଭିଯୁକ୍ତ ୱାସିମ୍ ପୋଲିସ ହାତରେ ଧରାପଡିଥିଲା ।

ପୋଲିସ ରିପୋର୍ଟ ଅନୁଯାୟୀ ଅଗ୍ନିକାଣ୍ଡରେ ପ୍ରାୟ ୧୨ ଲକ୍ଷ ଟଙ୍କାର କ୍ଷୟକ୍ଷତି ଘଟିଛି । ୫ଟି କମ୍ପ୍ୟୁଟର୍‌, ଫ୍ୟାନ୍ , ଲାଇଟ୍‌, ପାସବୁକ୍ ପ୍ରିଣ୍ଟର୍‌, କ୍ୟାସ୍ କାଉଣ୍ଟିଂ ମେସିନ୍‌, କାଗଜପତ୍ର, ସିସିଟିଭି ଓ କ୍ୟାସ୍ କାଉଣ୍ଟର୍ ପୋଡି ଧୂଳିସାତ୍ ହୋଇଥିବା ସୂଚନା ରହିଛି ।

Leave A Reply

Your email address will not be published.