Latest Odisha News

BREAKING NEWS

ଗଞ୍ଜାମରେ ବ୍ୟାପୁଛି ଡାଇରିଆ: ୩ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା, ୫ ଗୁରୁତର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିରେ ବ୍ୟାପୁଛି ଡାଇରିଆ । ସୋମବାର ସକାଳେ ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ଗତ ରାତିରେ ଆଉ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ସାନଖେମୁଣ୍ଡିରେ ଡାଇରିଆ ଜନିତ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି । ସେହିପରି ୫ ଜଣ ଡାଇରିଆରେ ଆକ୍ରାନ୍ତ ହୋଇ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।

ତେବେ ଡାଇରିଆରେ ମୃତ୍ୟୁ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କ ଘର ଗୋଟିଏ ଗାଁରେ ବୋଲି ଜଣାପଡିଛି । ଏହି ଖବର ପ୍ରଘଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗର ଗୋଟିଏ ଟିମ୍ ଓ ସାନଖେମୁଣ୍ଡି ପ୍ରଶାସନ ସାନଖେମୁଣ୍ଡି ବ୍ଲକ ଦାମପୁର ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଗ୍ରାମବାସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ସେମାନଙ୍କୁ ସଚେତନ କରାଯାଉଛି ।

ଅନ୍ୟପଟେ ଖାଦ୍ୟରେ ବିଷକ୍ରିୟା ଯୋଗୁଁ ଏପରି ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଝାଡ଼ାବାନ୍ତି ହେଲେ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ଔଷଧ ଖାଇବା ପାଇଁ ପରାମର୍ଶ ଦେବା ସହ ORS ବଣ୍ଟନ କରାଯାଇଛି । ଆଜି ମଧ୍ୟ ଏହି ଗାଁକୁ ଏକ ମେଡିକାଲ ଟିମ୍ ଯିବାର ନେଇ ସୂଚନା ରହିଛି ।

 

Comments are closed.