Latest Odisha News

ସୁବର୍ଣ୍ଣପୁର କମିରା ଗାଁରେ ଝାଡାବାନ୍ତି ଆତଙ୍କ, ୩୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କମିରା ଗାଁରେ ଝାଡାବାନ୍ତି ଆତଙ୍କ । ଏବେ ପର୍ଯ୍ୟନ୍ତ ଝାଡାବାନ୍ତିରେ ପ୍ରାୟ ୩୦ରୁ ଉର୍ଦ୍ଧ୍ବ ଲୋକ ଆକ୍ରାନ୍ତ ହେଲେଣି  । ସେମାନଙ୍କ ମଧ୍ୟରୁ ୧୬ ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି । ତେବେ ଦେଢ ମାସରେ ୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି l ଗାଁ କୁ ସଂଯୋଗ ହୋଇଥିବା ପାଇପ୍ ଲାଇନ୍ ଫାଟି ଯାଇଥିଲା ।

ତଥାପି ସେହି ଫଟା ପାଇପ୍ ଦେଇ ଜଳ ଯୋଗାଣ ହେଉଥିଲା l ଫଳରେ ସେହି  ଦୂଷିତ ପାଣିପିଇ ଗ୍ରାମବାସୀମାନେ ଝାଡାବାନ୍ତିରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି । ଏନେଇ ଗାଁରେ ଏକ ମେଡିକାଲ ଟିମ ପହଞ୍ଚି ଝାଡ଼ାବାନ୍ତି ଆକ୍ରାନ୍ତଙ୍କୁ ଚିକିତ୍ସା କରିବା ସହିତ ଗାଁ ଲୋକଙ୍କୁ ସଚେତନ କରୁଛି l ଏବେ ମଧ୍ୟ ୧୪ଜଣ  ଆକ୍ରାନ୍ତ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି ।

Leave A Reply

Your email address will not be published.