Latest Odisha News

BREAKING NEWS

ଶିମିଳିପାଳ ଅଞ୍ଚଳରୁ କଲରାପତରିଆ ବାଘଛାଲ ଜବତ: ଜଣେ ଗିରଫ

ବାରିପଦା: ଶିମିଳିପାଳ ଅଭୟାରଣ୍ୟରୁ ପୁଣି କଲରାପତରିଆ ବାଘଛାଲ ଜବତ । ଏଥିସହ ଜଣକୁ ଗିରଫ କରିଛି ବନବିଭାଗ । ଶିମିଳିପାଲ ୱାଇଲ୍ଡ ଲାଇଫ ଇଣ୍ଟେଲିଜେନ୍ସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ଡିଭିଜନର ଟିମ୍ ଚଢ଼ାଉ କରି ଏହି ବାଘଛାଲ ଜବତ କରିଛି । କଲରାପତରିଆ ବାଘଟି ସାତ ରୁ ଆଠ ବର୍ଷର ବୋଲି ଅନୁମାନ କରାଯାଉଛି ।

ବିଶ୍ୱସ୍ତ ସୁତ୍ରରୁ ଖବର ପାଇ  ଦକ୍ଷିଣ ଶିମିଳିପାଳର ଉପନିର୍ଦେଶକ ସମ୍ରାଟ ଗୈଡାଙ୍କ ନେତୃତ୍ୱରେ ଶିମିଳିପାଳର ଗୋଇନ୍ଦା ଟିମ୍ ଡୁକୁରା ରେଞ୍ଜର ଯଦୁନାଥପୁର ଗାଁରେ ଚଢାଉ କରିଥିଲେ । ଚଢାଉ ବେଳେ ଏହି ଛାଲକୁ ଜବତ୍ କରିଛି ଶିମିଳିପାଳର ଗୋଇନ୍ଦା ଟିମ୍ ।ଏଥି ସହିତ ଜଣେ ବ୍ୟକ୍ତି ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା ମଧ୍ୟ କରୁଛି । ଅଟକ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଯଦୁନାଥପୁର ଅଞ୍ଚଳ ର ଭୁବନ ସିଂ । ଘଟଣାରେ ତଦନ୍ତ ପାଇଁ ପଚରାଉଚରା ଜାରି ରହିଥିବା ବେଳେ ଗିରଫ ବ୍ୟକ୍ତିଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ନେଇ ବନ ବିଭାଗ ପକ୍ଷରୁ ଗଣ ମାଧ୍ୟମ ଜରିଆରେ ସୂଚନା ମିଳିଛି । ଗତ କିଛି ମାସ ଧରି ଶିମିଳିପାଳ ଅଭୟାରଣ୍ୟରେ ପୋଲିସ ଏବଂ ବନ ବିଭାଗ ମିଳିତ ଭାବେ ପେଟ୍ରଲିଙ୍ଗ ପାଇଁ ନିୟୋଜିତ ହୋଇଛନ୍ତି । ଏନେଇ ବାରିପଦା ସ୍ଥିତ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କ୍ଷେତ୍ର ନିର୍ଦେଶକ କାର୍ଯ୍ୟାଳୟ ଉପ ନିର୍ଦ୍ଦେଶକ ସମ୍ରାଟ ଗୌଡା ସାମ୍ବାଦିକ ସମ୍ମିଳନୀରେ ଗଣ ମାଧ୍ୟମଙ୍କୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.