Latest Odisha News

BREAKING NEWS

ନିୟନ୍ତ୍ରଣ ରେଖା ନିକଟରେ ସୁଡଙ୍ଗ କରି ଅନୁପ୍ରବେଶ ଉଦ୍ୟମ : ୨ ଆତଙ୍କୀ ନିପାତ

ଶ୍ରୀନଗର: ଜମ୍ମୁକାଶ୍ମୀରରେ ସୁରକ୍ଷାକର୍ମୀମାନେ ପୁଣି ଥରେ ପାକିସ୍ତାନୀ ଆତଙ୍କୀ  ଅନୁପ୍ରବେଶ ଉଦ୍ୟମ ବିଫଳ କରି ଦେଇଛନ୍ତି । ଉତ୍ତର କାଶ୍ମୀରର କୁପୱାଡା ଜିଲ୍ଲାର ମାଛିଲ ସେକ୍ଟରରେ ନିୟନ୍ତ୍ରଣ ରେଖା ନିକଟରେ ଆତଙ୍କୀମାନେ ଅନୁପ୍ରବେଶ ଉଦ୍ୟମ କରୁଥିଲେ । ସୁରକ୍ଷାକର୍ମୀମାନେ ୨ ଆତଙ୍କୀଙ୍କୁ ନିପାତ କରି ଦେଇଛନ୍ତି । ମୃତ  ଆତଙ୍କୀଙ୍କ ସାଥୀଙ୍କୁ ସୁରକ୍ଷାକର୍ମୀମାନେ ଖୋଜୁଛନ୍ତି । ମୃତ ଆତଙ୍କୀମାନେ ନିୟନ୍ତ୍ରଣ ରେଖା ନିକଟରେ ସୁଡଙ୍ଗ କରି ଅନୁପ୍ରବେଶ ଉଦ୍ୟମ କରିବାକୁ ଚେଷ୍ଟା କରୁଥିଲେ ।

ପୋଲିସ ଏବଂ ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିଥିଲା ଯେ,ଆତଙ୍କୀମାନେ ଅନୁପ୍ରବେଶ କରିବା ପାଇଁ ଉଦ୍ୟମ କରୁଛନ୍ତି । ସୁରକ୍ଷାକର୍ମୀ ପୁରା ଇଲାକାକୁ ଘେରାବନ୍ଦୀ କରି ଛାନଭିନ କରିଥିଲେ । ଏହି ସମୟରେ କିଛି ଆତଙ୍କୀ ଅୁନପ୍ରବେଶ ଉଦ୍ୟମ କରୁଥିବା ଦେଖି ସୁରକ୍ଷାକର୍ମୀ ସେମାନଙ୍କୁ ଘେରି ଯାଇଥିଲେ ଏବଂ ଆତ୍ମସମର୍ପଣ ପାଇଁ କହିଥିଲେ । ହେଲେ ଆତଙ୍କୀମାନେ ଫାୟାରିଂ ଆରମ୍ଭ କରି ଦେଇଥିଲେ ।

ସୁରକ୍ଷାକର୍ମୀ ପାଲଟା ଜବାବ ଦେବାକୁ ଯାଇ ଗୁଳି କରିଥିଲେ । ସେନା ଗୁଳିରେ ୨ ଆତଙ୍କୀ ନିହତ ହୋଇଥିଲେ । ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଏବଂ ପାକସ୍ତାନୀ କରେନ୍ସି ଜବତ କରିଥିଲେ । ତେବେ ଆଉ କିଛି ଆତଙ୍କୀ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀ ଅନୁମାନ କରୁଛନ୍ତି ।

Leave A Reply

Your email address will not be published.