ନୂଆଦିଲ୍ଲୀ:ମଝି ଆକାଶରେ ଉଡୁଥିଲା ବିମାନ । ବିମାନରେ ଥିଲେ କେନ୍ଦ୍ର ମନ୍ତ୍ରୀଙ୍କ ସମେତ ୨ ବିଜେପି ନେତା । ହଠାତ ପାଇଲଟ ଘୋଷଣା କଲେ ବିମାନ ଜରୁରୀକାଳୀନ ଅବତରଣ କରିବ । କେହି କିଛି ବୁଝି ପାରିଲେନି । ଯାତ୍ରୀମାନେ ଭୟଭୀତ ହୋଇ ବସିଥାନ୍ତି । କାହିଁକି ବିମାନ ଜରୁରୀ ଅବତରଣ କରିବ ? କ’ଣ ହେଲା ଅସୁବିଧା ? ଏମିତି ପରିସ୍ଥିତି ଦେଖା ଦେଇଥିଲା ଆଜି ଇଣ୍ଡିଗୋ ବିମାନରେ ।
ଇଣ୍ଡିଗୋର ଏହି ବିମାନରେ କେନ୍ଦ୍ରୀୟ ପେଟ୍ରୋଲିୟମ ତଥା ପ୍ରାକୃତିକ ଗ୍ୟାସ ରାଜ୍ୟ ମନ୍ତ୍ରୀ ରାମେଶ୍ୱର ତେଲୀଙ୍କ ସମେତ ୨ ବିଜେପି ବିଧାୟକ ପ୍ରଶାନ୍ତ ଫୁକନ ଏବଂ ତେରାଶ ଗୋବାଲାଙ୍କ ସମେତ ୧୫୦ରୁ ଅଧିକ ଯାତ୍ରୀ ଥିଲେ । ବିମାନଟି ଆସାମର ଡିବ୍ରୁଗଡ ଯାଉଥିଲା । ହଠାତ ବିମାନରେ ଯାନ୍ତ୍ରୀକ ତ୍ରୁଟି ଦେଖା ଦେଇଥିଲା । ତେଣୁ ବିମାନକୁ ଜରୁରୀ ଅବତରଣ କରିବା ପାଇଁ ଘୋଷଣା କରିଥିଲେ ପାଇଲଟ । ଏହା ପରେ ବିମାନକୁ ତୁରନ୍ତ ଗୋପୀନାଥ ବୋରଦୋଲାଇ ଇଣ୍ଟନାଶନାଲ ବିମାନ ବନ୍ଦର ଅଭିମୁଖେ ନେଇଥିଲେ ।
ସେଠାରେ ବିମାନର ଜରୁରୀକାଳୀନ ଅବତରଣ କରାଯାଇଥିଲା । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭବେ ବାହାର କରାଯାଇଥିଲା । ଏହା ପରେ ବିଭାଗ ପକ୍ଷରୁ ଏହାର ଯାଞ୍ଚ କରାଯାଇଥିଲା । କେନ୍ଦ୍ର ରାଜ୍ୟମନ୍ତ୍ରୀ ରାମେଶ୍ୱର ତେଲି କହିଛନ୍ତି, ବିଜେପି ବିଧାୟକ ପ୍ରଶାନ୍ତ ଫୁକନ ଏବଂ ତେରାଶ ଗେଭାଲଙ୍କ ସହ ଇଣ୍ଡିଗୋ ବିମାନରେ ଥିଲି । ଗୌହାଟୀ ଏୟାରପୋର୍ଟରେ ଡାଇଭର୍ଟ କରାଯିବା ପୂର୍ବରୁ ବିମାନ ୧୫ରୁ ୨୦ ମିନଟ ଆକାଶରେ ଥିଲା । ଏବେ ଆମେ ସମସ୍ତେ ସୁରକ୍ଷିତ ।
A Dibrugarh-bound IndiGo flight was diverted to Guwahati’s Lokpriya Gopinath Bordoloi International after the pilot of the plane announced snag in engine of the aircraft. Over 150 passengers were travelling on the flight, including Union Minister of State for Petroleum and… pic.twitter.com/umZb0sm75V
— ANI (@ANI) June 4, 2023
Comments are closed.