Latest Odisha News

BREAKING NEWS

ଦି କେରଳ ଷ୍ଟୋରି ପରେ ୭୨ ହୁରେଂର ରିଲିଜ ହେଲା ଟିଜର

ମୁମ୍ବାଇ: ଦି କଶ୍ମୀର ଫାଇଲ୍ସ, ଦି କେରଳ ଷ୍ଟୋରିର ସଫଳତା ପରେ ଏବେ ୭୨ ହୁରେଂ ନାମକ ଆଉ ଏକ ଫିଲ୍ମ ଆସୁଛି । ରବିବାର ଏହାର ଟିଜର ରିଲିଜ ହୋଇଛି । ଆତଙ୍କବାଦୀଙ୍କ ଉପରେ ଏହି ଫିଲ୍ମ ଆଧାରିତ । କିପରି ସ୍ୱର୍ଗ ଓ ୭୨ ହୁରେଂର ସ୍ୱପ୍ନ ଦେଖାଇ ଯୁବପିଢ଼ୀଙ୍କୁ ପଥଭ୍ରଷ୍ଟ କରାଯାଉଛି ତାହା ଏହି ଫିଲ୍ମରେ ଦର୍ଶାଯାଇଛି । ଗୁଲାବ ତନୱର ଓ ଅଶୋକ ପଣ୍ଡିତଙ୍କ ଏହି ଫିଲ୍ମ ନିଶ୍ଚିତ ଭାବେ ବିବାଦ ସୃଷ୍ଟି କରିବା ବୋଲି ଆଶଙ୍କା କରାଯାଉଛି । ଗୋଟିଏ ପଟେ ଜିହାଦରେ ସାମିଲ ନ ହେଲେ ନର୍କରେ ଛଟପଟ ହେଉଥିବା କୁହାଯାଉଥିବା ବେଳେ ଅନ୍ୟ ପଟେ ଏଥିରେ ସାମିଲ ଯୁବକ ୭୨ ହୁରେଂଙ୍କ ସହ ସ୍ୱପ୍ନର ଦିନ କାଟିବ ବୋଲି କୁହାଯାଇଛି ।

ଏହା ଏକ ସ୍ୱପ୍ନ ଯାହାର ବାସ୍ତବ ରୂପ ଏ ପର୍ଯ୍ୟନ୍ତ ସାମ୍ନାକୁ ଆସି ନାହିଁ । ଅଥଚ ଏହା ମାଧ୍ୟମରେ ଯୁବପିଢ଼ୀଙ୍କୁ ପଥଭ୍ରଷ୍ଟ କରିବା ସହ ନୃଶଂସ କାର୍ଯ୍ୟ ମଧ୍ୟ କରାଯାଇଥାଏ । ଆତଙ୍କବାଦୀ କାହାର ନୁହନ୍ତି । ସେମାନେ ସମାଜର ଶତ୍ରୁ । ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଯୁବକଙ୍କୁ ଆଇନା ଦେଖାଇବା ପାଇଁ ଏହି ଫିଲ୍ମ ନିର୍ମାଣ କରାଯାଇଛି ବୋଲି ମେକର୍ସଙ୍କ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.