Latest Odisha News

BREAKING NEWS

ଆଣ୍ଠେଇଲା ୩ ଦିନର ଶିଶୁ : ଭିଡିଓ ଭାଇରାଲ

ନ୍ୟୁୟର୍କ: ସାଧାରଣତଃ ଗୋଟେ ଶିଶୁ ୪ରୁ ୫ ମାସ ହେଲେ ଚାଲିବାକୁ ଚେଷ୍ଟା କରିଥାଏ । କିନ୍ତୁ ଏକ ଶିଶୁ କନ୍ୟାର ଭିଡିଓ ଭାଇରାଲ ହେବାରେ ଲାଗିଛି, ଯିଏ ମାତ୍ର ୩ ଦିନରେ ଆଣ୍ଠେଇବାକୁ ଚେଷ୍ଟା କରୁଛି । ଏହି ଆଶ୍ଚର୍ଯ୍ୟଜନକ ଘଟଣା ଆମେରିକାର ପେନସିଲଭାନିଆରେ ଦେଖିବାକୁ ମିଳିଛି । ମାତ୍ର ୩ ଦିନର ଶିଶୁର ଏପରି କାର୍ଯ୍ୟ ଦେଖି ଖୋଦ୍ ତାର ମାଆ ଓ ଡ଼ାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଆମେରିକାର ପେନସିଲଭାନିଆ ବାସିନ୍ଦା ସାମନ୍ତ ମିଚେଲ । ନିକଟରେ ସେ ହସପିଟାଲରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ୩ ଦିନ ପରେ ସେ ଯେତେବେଳେ ତାଙ୍କ ଶିଶୁର ମୁଣ୍ଡରେ ହାତ ମାରିଲେ,ଶିଶୁଟି ହଠାତ୍ ବୁଲି ପଡ଼ି ଆଣ୍ଡେଇବାକୁ ଚେଷ୍ଟା କଲା । ଏହା ଦେଖି ସେ ଡ଼ରିଯିବା ସହ ଆଶ୍ଚର୍ଯ୍ୟ ହୋଇଗଲେ । ସଙ୍ଗେ ସଙ୍ଗେ ଡ଼ାକ୍ତରଙ୍କୁ ଡ଼ାକିଲେ ଡ଼ାକ୍ତର ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରେ ସେ ତାର ଏକ ଭିଡ଼ିଓ ପ୍ରସ୍ତୁତ କଲେ ।

ସାମନ୍ତ କହିଛନ୍ତି, ନିକଟରେ ହସପିଟାଲରେ ମୋର ଏକ ଶିଶୁ କନ୍ୟା ଜନ୍ମ ହୋଇଛି । ମୁଁ ତା ମୁଣ୍ଡ ଆଉଁସିବାରୁ ସେ କଡ଼ ଲେଉଟେଇ ଦେଲା । ତା ପରେ ଗୁରୁଣ୍ଡି ଗୁରୁଣ୍ଡି ଆଣ୍ଠେଇବାକୁ ଚେଷ୍ଟା କଲା । ମୁଁ ଦେଖି ଡ଼ରିଗଲି । ସେ ସମୟରେ ମୋ ମାଆ ପାଖରେ ଥିଲେ । ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ତୁରନ୍ତ ଏହାକୁ ରେକର୍ଡ କର, ନଚେତ୍ ଆମକୁ କେହି ବିଶ୍ୱାସ କରିବେ ନାହିଁ ବୋଲି ମୋ ମାଆ କହିଲେ । ମୁଁ ରେକର୍ଡ଼ ବି କଲି । ମୁଁ ମୋ ଜୀବନରେ କେବେ ଏମିତି ଘଟଣା ଦେଖିବା ତ ଦୂରର କଥା, ଶୁଣିବାକୁ ବି ପାଇନାହିଁ । ଏହା ଏକ ଚମତ୍କାର ପରି ଲାଗୁଛି । ଯଦି ମୁଁ ଏହି ସବୁ କ୍ୟାମେରାରେ ରେକର୍ଡ କରି ନ ଥା’ନ୍ତି, ତେବେ ମୋତେ କେହି ବିଶ୍ୱାସ କରିନଥାନ୍ତେ । ମୋ ଝିଅର ଏପରି ଆଚରଣକୁ ପରିବାର ଲୋକେ ପସନ୍ଦ କରିନାହାନ୍ତି । ଡାକ୍ତରଙ୍କ କହିବାନୁସାରେ, ଶିଶୁଟି ବହୁତ ପରିପକ୍ୱ । ତାର ସ୍ୱାସ୍ଥ୍ୟ ମଧ୍ୟ ସମ୍ପୂର୍ଣ୍ଣ ଠିକ୍ ଅଛି ।

ସାମନ୍ତ ନିଜେ ଏହି ଭିଡିଓକୁ ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଭିଡିଓ ସେୟାର ହେବା ମାତ୍ରେ ଭାଇରାଲ ହୋଇଥିଲା । କିଛି ଲୋକ ଶିଶୁର କାର୍ଯ୍ୟକଳାପ ଦେଖିବା ପରେ ସାମନ୍ତଙ୍କ ସହ କଥା ହେବା ଆରମ୍ଭ କରି ଦେଇଛନ୍ତି ।

Leave A Reply

Your email address will not be published.