ଭୁବନେଶ୍ୱର: ସାମ୍ନାକୁ ଆସିଲା ପୋଲିସ କମିସନରଙ୍କ ମିଛ କାହାଣୀ। ଧରାପଡିଲା ଧଉଳି ଲିଙ୍ଗିପୁର ଏଟିଏମ ଲୁଟର ସତ କାହାଣୀ। ଅର୍ଥାତ ଭୁବନେଶ୍ୱର ଷ୍ଟେସନରୁ ଅପରାଧୀଙ୍କୁ ଧରି କମିସନର କହିଥିଲେ ଆଣିଛୁ ବାଙ୍ଗଲୋରରୁ ଧରି। ଏମିତି ଏକ ମିଛ କାହାଣୀର ଖୁଲାସା ହୋଇଛି। କୋର୍ଟକୁ କମିସନରେଟ ପୋଲିସ ଏହି ଘଟଣାର ଦେଇଥିବା ଫରଓ୍ୱାର୍ଡ କପିରୁ ଏହି ମିଛ ଧରାପଡିଛି ।
ଯେଉଁଥିରେ ପୋଲିସ ଉଲ୍ଲେଖ କରିଛି ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ରେଳ ଷ୍ଟେସନରୁ ଏଟିଏମ ଲୁଟ ଗ୍ୟାଙ୍ଗର ଦୁଇ ଅପରାଧି ଖୋକନ୍ନ ମଲ୍ଲା ଓ ମିରାଜୁଲକୁ ଧରିଥିଲେ।ହେଲେ ଗତ ୧୬ଏପ୍ରିଲରେ ପୋଲିସ ସେବା ଭବନରେ କମିସନରଙ୍କ ପ୍ରେସ ମିଟରେ କହିଥିଲେ ଏହି ଗ୍ୟାଙ୍ଗକୁ ବାଙ୍ଗଲୋର ପୋଲିସ ସହାୟତାରେ ବାଙ୍ଗଲୋର ଏକ ଏଟିଏମ ସାମ୍ନାରୁ ଲୁଟ ଉଦ୍ୟମ ବେଳେ ଗିରଫ କରିଛୁ। ଅର୍ଥାତ ଏହି ଗ୍ୟାଙ୍ଗରେ ଅନ୍ୟ ୫ ଅଭିଯୁକ୍ତ ଖସିଗଲେ। ହେଲେ କମିସନର କହିଥିଲେ ଏହି ଇଣ୍ଟରନାସନାଲ ଗ଼୍ୟାଗଙ୍କୁ କମିସନରେଟ ପୋଲିସର ସ୍ପେଶାଲ ସ୍କାର୍ଡ ଏସିପି ସଞ୍ଜୀବ ଶତପଥୀଙ୍କ ନେତୃତ୍ୱରେ ଠାବ କରିବାରେ ସଫଳ ହୋଇଛୁ।
ଏମାନେ ଟଙ୍କା ନେଇ ହ୍ୟୁମାନ କୋରିୟର ଜରିଆରେ ବାଙ୍ଗୋଲର ପଠାଇଦେଇଛନ୍ତି। ତେଣୁ ଏ ଘଟଣାରେ ଟଙ୍କାଟିଏ ଠାବ ହୋଇନଥିବା ବେଳେ ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କ ଧରିବାକୁ ଚେଷ୍ଟା ଜାରିରହିଛି। ତେବେ ଗତ ୪ତାରିଖରେ ଲିଙ୍ଗିପୁର ଏଟିଏମ ମେସିନ ତାଡି ନେବା ଘଟଣା । ପରେ ମେସିନ ଭାଙ୍ଗି ଟଙ୍କା ନେଇ ଅଭିଯୁକ୍ତ ଫେରାର ହେବା ଘଟଣାରେ ।
କମିସନରେଟ ପୋଲିସ ଧରିଥିବା ଏହି ଇଣ୍ଟରନାସନାଲ ଗ୍ୟାଙ୍ଗର ସତ କଣ ? କଣ କମିସନରେଟ ପୋଲିସ ମୁଖିଆଙ୍କୁ ଧରିଥିବା ଟିମ୍ ମିଛ କହିଛନ୍ତି। ନା ଜାଣିଶୁଣି ପୋଲିସ କମିସନର ମିଛ କହିଛନ୍ତି। ଏନେଇ କୋର୍ଟ କପିରେ ଉଲେଖ ହୋଇଥିବା ସତ ର କଣ ରହିଛି ଅସଲ ସତ୍ୟତା ଯାହା ଏବେ ସହରବାସୀଙ୍କ ସହ ଓଡିଶା ବାସୀ ଜାଣିବାକୁ ଚାହୁଁଛନ୍ତି ।
Comments are closed.