Latest Odisha News

BREAKING NEWS

କୋଠାବାଡି ଯୋଜନା ଅନୁମୋଦନ ପାଇଁ ତାଲିମ

ଭୁବନେଶ୍ୱର: ପୌର ସଂସ୍ଥା ଅଧିକାରୀମାନଙ୍କ ଦକ୍ଷତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଗୃହ ର୍ନିମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ତାଲିମ ଦିଆଯାଉଛି । କୋଠାବାଡି ଯୋଜନା ଅନୁମୋଦନ ତଥା ଅଣଯୋଜନାକୃତ ସହରୀ ବିକାଶକୁ ନିୟନ୍ତ୍ରିତ କରିବା ପାଇଁ ବିଭିନ୍ନ ଆଇନଗତ ତଥା ବୈଷୟିକ ଦିଗ ଗୁଡିକ ଉପରେ ବିଶେଷ ତାଲିମ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି ।

କର୍ମଶାଳାକୁ ଉଦଘାଟନ କରିଛନ୍ତି ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି. ମାଥିଭାଥନନ। ପାରଦର୍ଶିତା ଏବଂ ସ୍ୱଚ୍ଛତା ମାଧ୍ୟମରେ ଜନସାଧାରଣଙ୍କୁ ସୁବିଧା ଯୋଗାଇବା ସୁନିଶ୍ଚିତ କରିବା ଏବଂ ସରକାରୀ କାର୍ଯ୍ୟ ପ୍ରକ୍ରିୟାକୁ ସୁଗମ କରିବା ପାଇଁ ବୈଷୟିକ ଜ୍ଞାନ କୌଶଳ ଯଥା ସମ୍ଭବ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଛନ୍ତି ।

ପୌରସଂସ୍ଥା ମାନଙ୍କୁ ସହରୀ ଯୋଜନା କ୍ଷମତା ପ୍ରଦାନ କରାଯିବା ଏକ ସମୋୟୋଚିତ ଉଦ୍ୟମ, ଏହା ମୁଖ୍ୟମନ୍ତ୍ରୀଙ୍କର ମହତ ଉଦ୍ଦେଶ୍ୟର ପ୍ରତିଫଳନ । ଏବଂ ୫ଟି ମନ୍ତ୍ର ସହ ସମନ୍ୱୟ ରକ୍ଷାକରିବାରେ ସହାୟକ ହୋଇଛି ବୋଲି କହିଛନ୍ତି ପୌର ନିର୍ଦ୍ଦେଶକ ସଂଗ୍ରାମଜିତ୍‍ ନାୟକ।

ଅତିରିକ୍ତ ଶାସନ ସଚିବ ସୁଶାନ୍ତ ମିଶ୍ର, ସହରୀ ଯୋଜନା ସେବାର ବ୍ୟବହାରିକ ଦିଗ ଗୁଡିକ ଉପରେ ଆଲୋକପାତ କରିଥିଲେ । ସେ ନାଗରିକମାନଙ୍କ ପାଇଁ କିଭଳି ଏକ ସ୍ୱୟଂଚାଳିତ ଏବଂ କମ୍ପ୍ୟୁଟରୀକୃତ କୋଠାବାଡି ର୍ନିମାଣ ଯୋଜନା ଅନୁମୋଦନ ପ୍ରକ୍ରିୟା ବ୍ୟବସ୍ଥା କରାଯାଇଛି, ତାହା ଜଣାଇଥିଲେ ।

ଏହି ତାଲିମ କର୍ମଶାଳାରେ କିଟ୍ ବିଶ୍ୱବିଦ୍ୟାଳୟର ସ୍ଥପତି ଏବଂ ଯୋଜନା ବିଭାଗର ମୁଖ୍ୟ ପ୍ରଫେସର ସୌମ୍ୟେନ୍ଦୁ. ଏସ୍ . ରାୟ, ଏବଂ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର, ସ୍ଥପତି ବିଭାଗ ମୁଖ୍ୟ ରାଜ୍ କୁଅଁର ନାୟକ, ଉପସ୍ଥିତ ଥିଲେ ।

ତାଲିମ ଗ୍ରହଣ କରୁଥିବା ନୋଡାଲ ପୌର ଯନ୍ତ୍ରୀମାନେ ନିଜ ନିଜ କାର୍ୟ୍ୟାଳୟରେ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ କରିବେ। ଏବଂ ବୈଷୟିକ ସହାୟତା ଯୋଗାଇ ଦେବେ । ପୌରସଂସ୍ଥା ମାନଙ୍କୁ ସହରୀ ଯୋଜନା ପାଇଁ କ୍ଷମତା ପ୍ରଦାନ କରାଯିବା ପାଇଁ ଖୁବ୍‍ଶୀଘ୍ର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ।

Leave A Reply

Your email address will not be published.