ନୂଆଦିଲ୍ଲୀ: ଅନେକ ଲୋକେ ପଶୁପକ୍ଷୀ ପ୍ରେମୀ ହୋଇଥା’ନ୍ତି। କେତେକ ଲୋକେ ସେମାନଙ୍କ ପରି ଦେଖାଯିବାକୁ କିମ୍ବା ସେମାନଙ୍କ ପରି ଜୀବନଯାପନ କରିବାକୁ ଚେଷ୍ଟା କରନ୍ତି। ସମ୍ପ୍ରତି, ଜାପାନର ଟୋକୋ ନାମକ ଜଣେ କୋଟିପତିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛ ଯେ ସେ ନିଜକୁ କୁକୁର ପରି ଦେଖାଇବା ପାଇଁ ପ୍ରାୟ ଅଢେଇ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।
ଶରୀରଟି ସମ୍ପୂର୍ଣ୍ଣ ରୂପେ କୁକୁର ପରି ହୋଇଥିବା ବେଳେ ମୁହଁଟି କେତେକାଂଶ ମଣିଷ ମୁହଁ ପରି ଦେଖାଯାଉଛି। ତେବେ ଏଭଳି ଚିନ୍ତାଧାରା କାହିଁକି ଓ କିପରି ଆସିଲା ତାହାକୁ ନେଇ ଅନେକଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି। ଏହି ଘଟଣାଟି ସତ୍ୟ ନା ମିଥ୍ୟା ସେ ନେଇ ଖୁବ ଚର୍ଚ୍ଚା ହେଉଛି। ଏଠାରେ ଆପଣଙ୍କୁ କହିରଖୁ କି ସୋସିଆଲ ମିଡିଆରେ ଭୁଲ୍ ଖବର ପ୍ରଚାରିତ ହୋଇଛି। ସେ ୨୨୦ କୋଟି ଟଙ୍କା ଖର୍ଚ୍ଚ କରି ଜେନେଟିକ୍ ଭାବେ କୁକୁର ପାଲଟି ନାହାଁନ୍ତି। ପ୍ରକୃତରେ ସେ କେବଳ ଏକ କଷ୍ଟୁମ୍ ପିନ୍ଧି କୁକୁର ଭଳି ଅଭିନୟ କରୁଛନ୍ତି।
ଭାଇରାଲ ଦାବିରେ ଦାବି କରାଯାଇଛି ଯେ ଟୋକୋ କୁକୁର ହେବା ପାଇଁ ପ୍ରାୟ ୨.୨ ବିଲିୟନ ଟଙ୍କା ଖର୍ଚ୍ଚ କରିଥିଲେ। ପୂର୍ବ ରିପୋର୍ଟ ଅନୁଯାୟୀ, ଏହି ସଂଖ୍ୟା ଭୁଲ। ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ଯେ ଏହି ସ୍ୱତନ୍ତ୍ର ପୋଷାକ ତିଆରି କରିବାରେ ପ୍ରାୟ ୨ ମିଲିୟନ ଜାପାନୀ ୟେନ ଖର୍ଚ୍ଚ ହୋଇଥିଲା। ଭାରତୀୟ ମୁଦ୍ରାରେ, ଏହି ପରିମାଣ ପ୍ରାୟ ୧୧ ରୁ ୧୨ ଲକ୍ଷ ଟଙ୍କା ଥିଲା। ଏହାର ଅର୍ଥ ହେଉଛି ଦାବି କରାଯାଇଥିବା ୨.୨ ବିଲିୟନ ଟଙ୍କା ଖର୍ଚ୍ଚ ଏବଂ ପ୍ରାୟ ୧୨ ଲକ୍ଷ ଟଙ୍କାର ପ୍ରକୃତ ମୂଲ୍ୟ ମଧ୍ୟରେ ଏକ ବିରାଟ ପାର୍ଥକ୍ୟ ଅଛି।
