Latest Odisha News

BREAKING NEWS

ଆଇଟି ପରେ ଆମେରିକା ଗଣମାଧ୍ୟମରେ ଆରମ୍ଭ ହେଲା କର୍ମଚାରୀ ଛଟେଇ

ନ୍ୟୁୟର୍କ:ଗୁଗୁଲ, ଟୁଇଟର, ଆମାଜନ ପରେ ଏବେ ଆମେରିକା ଗଣମାଧ୍ୟମ ପାଇଁ କଠିନ ସମୟ । ଅନେକ ବଡ ବଡ ଗଣମାଧ୍ୟମ ମାନ୍ଦାବସ୍ଥା କାରଣରୁ କର୍ମଚାରୀ ଛଟେଇ କରିବା ପାଇଁ ଘୋଷଣା କରିଛନ୍ତି । ଶୀତ ଆରମ୍ଭରୁ ଛଟେଇ ଆରମ୍ଭ ହେବ ବୋଲି ଅନେକ କମ୍ପାନୀ ଘୋଷଣା କରି ସାରିଛନ୍ତି । ଭକ୍ସ ମିଡିଆ (Vox Media),  ଦ ଭର୍ଜ ୱେବସାଇଟ ସହ ଅନେକ ମାଗାଜିନ ଏବଂ ଅନଲାଇନ ପ୍ଲାଟଫର୍ମର ମାଲିକ ଶୁକ୍ରବାର ଘୋଷଣା କରିଛନ୍ତି ଯେ, ସେମାନେ ତାଙ୍କରୀ ୭ ପ୍ରତିଶତ କର୍ମଚାରୀଙ୍କୁ ବାହାର କରିବେ । ଏପରିକି ସିଏନଏନ, ଏନବିସି, ଏମଏସଏନବିସି, ବଜଫିଡକରି ଅନେକ ଗଣମାଧ୍ୟମ କର୍ମଚାରୀ ଛଟେଇ କରିବେ ବୋଲି କହିଛନ୍ତି ।

ଭକ୍ସ ମିଡିଆର ସିଇଓ ଶୁକ୍ରବାର କର୍ମଚାରୀଙ୍କୁ ସୂଚନା ଦେଇ କହିଛନ୍ତି, କମ୍ପାନୀର ଆର୍ଥିକ ସ୍ଥିତି ଭଲ ନ ଥିବା କାରଣରୁ ପ୍ରାୟ ୭ ପ୍ରତିଶତ କର୍ମଚାରୀଙ୍କୁ ବିଦା କରିବାକୁ ବାଧ୍ୟ ହୋଇଛୁ । ଏଥରୁ ସ୍ପଷ୍ଟ ଯେ, ୧୯୦୦ କର୍ମଚାରୀଙ୍କ ମଧ୍ୟରୁ ୧୩୦ ଜଣଙ୍କୁ କମ୍ପାନୀ ବାହାର କରିବ । ଏହା ଜାଣିବା ପରେ କର୍ମଚାରୀମାନେ ଖୁବ ମାନସିକ ଚାପରେ ଅଛନ୍ତି ଏବଂ ଏ ନେଇ ନିଜର ଦୁଃଖ, ଅବସାଦ ଟୁଇଟରରେ ସେୟାର କରୁଛନ୍ତି ।

ଏଠି କହିରଖିବୁ, ଅନ୍ୟ କମ୍ପାନୀ ପରି ଗଣମାଧ୍ୟମରେ ଛଟେଇ ହେଉଛି । କିନ୍ତୁ ଏହା ଚର୍ଚ୍ଚାକୁ ଆସୁନାହିଁ । ୨୦୨୧ରେ ହୋଇଥିବା ଏକ ଅଧ୍ୟୟନ ଅନୁସାରେ, ଆମେରିକାରେ ୨୦୦୮ରୁ ୨୦୨୦ ମଧ୍ୟରେ ସାମ୍ବାଦିକଙ୍କ ସଂଖ୍ୟା ୧, ୧୪, ୦୦୦ରୁ ୮୫, ୦୦୦କୁ ହ୍ରାସ ପାଇଛି ।

Leave A Reply

Your email address will not be published.