Latest Odisha News

BREAKING NEWS

‘ସ୍ପିରିଟ୍’ ଫିଲ୍ମରୁ ଆଉଟ୍ ହେଲେ କି ପ୍ରକାଶ ରାଜ…

ମୁମ୍ୱାଇ: ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ଫିଲ୍ମ ସ୍ପିରିଟ୍ ଆରମ୍ଭ ହେବା ପରଠାରୁ ଚର୍ଚ୍ଚାରେ ରହିଆସିଛି। ପୂର୍ବରୁ ଏଥିରେ ମୁଖ୍ୟ ଭୂମିକାରେ ଦୀପିକା ପାଦୁକୋଣଙ୍କ ପରିବର୍ତ୍ତେ ତୃପ୍ତି ଡିମରିଙ୍କୁ ପ୍ରଭାସଙ୍କ ବିପକ୍ଷରେ କାଷ୍ଟ କରାଯାଇଥିଲା। ଆଉ ଏବେ ଅଭିନେତା ପ୍ରକାଶ ରାଜ ମଧ୍ୟ ରବିବାର ଦିନ ମତଭେଦ ଯୋଗୁଁ ପ୍ରୋଜେକ୍ଟ ଛାଡି ଦେଇଥିବା ସୂଚନା ମିଳିଛି।

ତେବେ ସୁଟିଂ ସମୟରେ ପ୍ରକାଶ ଏକ ନିର୍ଦ୍ଦିଷ୍ଟ ଦୃଶ୍ୟ ଏବଂ ସ୍କ୍ରିପ୍ଟର କିଛି ଅଂଶର କାର୍ଯ୍ୟାନ୍ୱୟନ ପ୍ରତି ଅସନ୍ତୋଷ ପ୍ରକାଶ କରିଥିଲେ। ଯାହାକୁ ନେଇ ଏହି ଚର୍ଚ୍ଚା ଉଠିଥିଲା।

ପ୍ରକାଶ ରାଜ ଏହି ରିପୋର୍ଟଗୁଡ଼ିକୁ ସ୍ପଷ୍ଟ ଭାବରେ ଖଣ୍ଡନ କରିବା ସହ ଏଗୁଡ଼ିକ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି। ସେ ଏ ସବୁ ପ୍ରସଙ୍ଗ ବିଷୟରେ ଜାଣି ନାହାନ୍ତି ବୋଲି ମଧ୍ୟ କହିଥିଲେ।ଏଥିସହିତ ସେ ବର୍ତ୍ତମାନ୍ ମଧ୍ୟ ସ୍ପିରିଟ୍ ଫିଲ୍ମର ଏକ ଅଂଶ ଅଟନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ତେବେ ଗତ ବର୍ଷ ଅକ୍ଟୋବରରେ ନିର୍ମାତାଙ୍କ ଦ୍ୱାରା ମୁକ୍ତିଲାଭ କରିଥିବା ସ୍ପିରିଟ୍‌ର ସାଉଣ୍ଡଟ୍ରାକ୍‌ରେ ପ୍ରକାଶ ରାଜଙ୍କ ଭଏସ୍ ଓଭର ମଧ୍ୟ ଥିଲା।

ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ କ୍ୟାରିଅରର ସବୁଠାରୁ ମହତ୍ୱାକାଂକ୍ଷୀ ଚଳଚ୍ଚିତ୍ର ମଧ୍ୟରେ ସ୍ପିରିଟ ମଧ୍ୟ ଅନ୍ୟତମ ଅଟେ ବୋଲି କୁହାଯାଉଛି। “ସ୍ପିରିଟ୍” ଫିଲ୍ମରେ ପ୍ରଭାସଙ୍କ ସହିତ ସନ୍ଦୀପ ପ୍ରଥମ ଥର ପାଇଁ ମିଳିତ ଭାବରେ କାମ କରୁଛନ୍ତି ଓ ଏଥିରେ ସେ ପ୍ରଭାସଙ୍କୁ ନିଆରା ଢଙ୍ଗରେ ଉପସ୍ଥାପନ କରିବେ ବୋଲି ଆଶା କରାଯାଉଛି। ଏହା ଡିସେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଛି ଓ ଏହାର ପ୍ରଥମ ଦୃଶ୍ୟକୁ ନେଇ ବ୍ୟାପକ ଚର୍ଚ୍ଚା ମଧ୍ୟ ସୃଷ୍ଟି ହୋଇଥିଲା।

ତେବେ ବିବେକ ଓବରୟ ମଧ୍ୟ ଏହି ଚଳଚ୍ଚିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି ଓ ଏହା ଏକ ଉଚ୍ଚ-ଅକ୍ଟେନ୍ ଆକ୍ସନ୍ ଏବଂ ଗଭୀର ମନସ୍ତାତ୍ତ୍ୱିକ ବିଶିଷ୍ଟ କାହାଣୀ ଅଟେ ବୋଲି କୁହାଯାଉଛି।

 

 

Comments are closed.