Latest Odisha News

ଏହି ଫିଲ୍ମରେ ଗେ’ ଭୂମିକାରେ ନଜର ଆସିଥିଲେ କିଙ୍ଗ ଖାନ

ନୂଆଦିଲ୍ଲୀ: କିଙ୍ଗ ଖାନ ଶାହାରୁଖ ଅନେକ ଆକ୍ସନ୍ ଫିଲ୍ମ ଏବଂ ରୋମାଣ୍ଟିକ୍ ଫିଲ୍ମ ଦେଖିଥିବେ। କିନ୍ତୁ ଖୁବ୍ କମ୍ ଲୋକ ଜାଣିଥିବେ ଯେ ସେ ଏକ ଫିଲ୍ମରେ ଗେ’ ଭୂମିକାରେ ନଜର ଆସିଥିଲେ।

ସେ ହଲିଉଡର ଏକ ଚଳଚ୍ଚିତ୍ର ମାଧ୍ୟମରେ ସିନେମା ଜଗତରେ ପ୍ରବେଶ କରିଥିଲେ। ସେ ସମୟର ଏକ ପୁରୁଣା ଭିଡିଓ ବର୍ତ୍ତମାନ ଇଣ୍ଟରନେଟରେ ଭାଇରାଲ ହେଉଛି। ଫିଲ୍ମ In Which Annie Gives It Those Ones ରେ କିଙ୍ଗ ଖାନ୍ ସମଲିଙ୍ଗୀ ଚରିତ୍ରରେ ନଜର ଆସିଛନ୍ତି | ଏହି ଚଳଚ୍ଚିତ୍ରଟି ଆନନ୍ଦ ଗ୍ରୋଭର / ଆନି (ଅର୍ଜୁନ ରାଇନା) ଙ୍କ କାହାଣୀ। ଜଣେ ଆଦର୍ଶବାଦୀ ଛାତ୍ରର କାହାଣୀ ରହିଛି। ତେବେ ଏହି ସିନେମା ୧୯୮୯ ମସିହାରେ ରିଲିଜ ହୋଇଥିଲା ।

ଏଥିରେ ରୋଶନ ସେଠ, ରିତୁରାଜ ସିଂ ଏବଂ ମନୋଜ ବାଜପେୟୀ ମଧ୍ୟ ନଜର ଆସିଥିଲେ। ଅରୁନ୍ଧତୀଙ୍କ ପୂର୍ବତନ ସ୍ୱାମୀ ପ୍ରଦୀପ କିଶନଙ୍କ ନିର୍ଦ୍ଦେଶିତ ‘In Which Annie Gives It Those Ones’ ଫିଲ୍ମକୁ ଦୁଇଟି ଜାତୀୟ ପୁରସ୍କାର ମିଳିଥିଲା। ଶାହରୁଖଙ୍କ ଏହି ଚରିତ୍ରକୁ ଦେଖି ବର୍ତ୍ତମାନ ତାଙ୍କ ଫ୍ୟାନ୍ସ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

 

Comments are closed.