Latest Odisha News

BREAKING NEWS

ଦିଲ୍ଲୀରେ ୭ ଟଙ୍କା ୧୦ ପଇସା ବଢିଲା ଡିଜେଲ୍ ଦର

ନୂଆଦିଲ୍ଲୀ: ମଦ ଉପରେ ଅତିରିକ୍ତ ୭୦ ପ୍ରତିଶତ ସ୍ୱତନ୍ତ୍ର କରୋନା ଫି ବୃଦ୍ଧି ହେବା ପରେ, ଏବେ ଦିଲ୍ଲୀ ସରକାର ମଙ୍ଗଳବାର ଦିନ ଇନ୍ଧନ ଉପରେ ଭାଲ୍ୟୁ ଆଡ଼େଡ୍ ଟ୍ୟାକ୍ସ (ଭାଟ୍‌) ବୃଦ୍ଧି କରିଛନ୍ତି ।

ଲିଟର ପିଛା ପେଟ୍ରୋଲ୍ ୧ଟଙ୍କା ୬୭ ପଇସା ବୃଦ୍ଧି ହୋଇଛି । ତେବେ ଦିଲ୍ଲୀରେ ଡିଜେଲ୍ ଦର ଲିଟର ପିଛା ୭ଟଙ୍କା ୧୦ ପଇସା ବଢିଥିବାର ସୂଚନା ମିଳିଛି ।

ଦିଲ୍ଲୀରେ ଏବେ ବର୍ତ୍ତମାନ ପେଟ୍ରୋଲ ଲିଟର ୭୧ଟଙ୍କା ୨୬ ପଇସା ଥିବା ବେଳେ ଡିଜେଲ ଲିଟର ୬୯ଟଙ୍କା ୩୯ ପଇସା ରହିଛି ।

ଦିଲ୍ଲୀ ସରକାର ପେଟ୍ରୋଲ ଉପରେ ୩୦ ପ୍ରତିଶତ ଲେଭି ବସାଇ ଦର ଦ୍ୱିଗୁଣିତ କରିଛନ୍ତି ।

Leave A Reply

Your email address will not be published.