Latest Odisha News

ଗ୍ରୀନ୍ ଜୋନରେ ସ୍ୱାଭାବିକ ସ୍ଥିତି ଫେରିବ: ନବୀନ

ଭୁବନେଶ୍ୱର: ଗ୍ରୀନ୍ ଜୋନ୍‌ରେ ଖୁବଶୀଘ୍ର ଫେରିବ ସ୍ୱାଭାବିକ ଅବସ୍ଥା । କୃଷି କାର‌୍ୟ୍ୟ, ଶିଳ୍ପ, ଜୀବନଜିବିକା ଓ ପରିବହନ ବ୍ୟବସ୍ଥାକୁ ସ୍ୱଭାବିକ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଆଗାମୀ ଖରିଫ ଋତୁ ପାଇଁ ବିହନ ଏବଂ ଅନ୍ୟାନ୍ୟ କୃଷି ଉପକରଣ ଯେପରି ସୁବିଧାରେ ଚାଷୀମାନେ ପାଇପାରିବେ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଏଥିସହ ଶିଳ୍ପସଂସ୍ଥା ଗୁଡିକର ସମସ୍ୟାର ସମାଧାନ ପାଇଁ ଏକ ଆଦର୍ଶ ନୀତି ପ୍ରଣୟନ କରାଯିବ । ଚାଷୀ ଏବଂ ଏମ୍‌ଏଚ୍‌ଜିଙ୍କ ଋଣ ସହାୟତା ବୃଦ୍ଧି କରାଯିବ । ଚଳିତ ବର୍ଷ ମନରେଗାରେ ଏକ ଲକ୍ଷ ଚାଷ ପୋଖରୀ ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସରକାର କହିଛନ୍ତି ।

ଆଜି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ କୋଭିଡ୧୯ ମୁକାବିଲାର ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବୈଠକରେ ମୁଖ୍ୟ ଉପଦେଷ୍ଟା, ମୁଖ୍ୟ ଶାସନ ସଚିବ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.