Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ଶ୍ରୀମନ୍ଦିର ଓ ପ୍ରତ୍ନତତ୍ତ୍ଵ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ନିର୍ମାଣ ଶୈଳୀ ଆଲୋଚନା ସମୟରେ ଆମେ ଜାଣିବାକୁ ପାଇଥିଲେ ଯେ ବର୍ତ୍ତମାନ ଦୃଶ୍ୟ ହେଉଥିବା ମନ୍ଦିର ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ଶ୍ରୀମନ୍ଦିର ଉପରୁ ବହଳ ଚୂନର ପ୍ରଲେପ ଛଡାଇବା ପରେ ମିଳିଛି। ତେବେ ଶ୍ରୀମନ୍ଦିର ଉପରେ ଏହି ବହଳ ଚୂନ ପ୍ରଲେପ କେବେ ଲାଗିଥିଲା ବା କେଉଁ ରାଜାଙ୍କ ଅମଳରେ ଲାଗିଥିଲା ତାହାର ପ୍ରକୃତ ଇତିହାସ ଆମ ପାଖରେ ନାହିଁ। କିଛି ଗବେଷକଙ୍କ ପ୍ରବନ୍ଧକୁ ପାଥେୟ କରି ଏହାର ଇତିହାସ କୁ ଖୋଜା ଯାଇପାରେ। ଯେପରି ପ୍ରlବନ୍ଧିକ ଚିତ୍ତରଞ୍ଜନ ଦାସଙ୍କ ମତ ଅନୁଯାଇ ମନ୍ଦିର ନିର୍ମାଣର ପ୍ରାୟ ୩୦୦ବର୍ଷ ପରେ ଲୁଣି ଜଳବାୟୁ ପ୍ରଭାଵରେ ପଥର ଗୁଡିକ ନଷ୍ଟ ହେବାର ଆଶଙ୍କା କରି ୧୫୦୪ ଖ୍ରୀଷ୍ଟାବ୍ଦରୁ ୧୫୩୨ ଖ୍ରୀଷ୍ଟାବ୍ଦ ମଧ୍ୟରେ ଏହି ବହଳ ଚୂନର ଆସ୍ତରଣ ଶ୍ରୀମନ୍ଦିରରେ ଦିଆଯାଇଥିଲା। କିନ୍ତୁ କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱରା ବିଶେଷ ଯାଞ୍ଚ ପରେ ବିଶେଷଜ୍ଞମାନେ ମତ ଦେଇଥିଲେ ପ୍ରାୟ ୧୫୪୨ ଖ୍ରୀଷ୍ଟାବ୍ଦ ପରେ ଏହି ବହଳ ଚୂନର ପଲସ୍ତରା ଶ୍ରୀମନ୍ଦିରରେ ହୋଇଥିଲା। ଅପରପକ୍ଷରେ ଗବେଷକ ପଦ୍ମଶ୍ରୀ ସଦାଶିବ ରଥ ଶର୍ମା ଙ୍କ ମତ ଅନୁସାରେ ୧୬୧୧ଖ୍ରୀଷ୍ଟାବ୍ଦରେ କୋଣାର୍କ ମନ୍ଦିର ଭାଙ୍ଗି ଯିବା ପରେ ଶ୍ରୀମନ୍ଦିର ସଂରକ୍ଷଣ ଓ ସ୍ଥାୟିତ୍ୱ ନେଇ ରାଜ ଶିଳ୍ପୀମାନଙ୍କ ସହ ବ୍ୟାପକ ଆଲୋଚନା ହୋଇଥିଲା ସେହିଶିଳ୍ପୀମାନଙ୍କ ପରାମର୍ଶ ଅନୁଯାୟୀ ୧୭୨୧ରୁ ୧୬୪୭ଖ୍ରୀଷ୍ଟାବ୍ଦରେ ଗଜପତି ମହାରାଜ ନରସିଂହ ଦେବଙ୍କ ସମୟରେ ଏହି କାର୍ଯ୍ୟ ସମାପ୍ତ ହୋଇଥିଲା। ଆଗାମୀ ଅଧ୍ୟାୟରେ ଜାଣିବା ଅନ୍ୟ ଗବେଷକମାନଙ୍କ ମତ।

 

ବର୍ତ୍ତମାନ ସମୟ ଆରାଧନା ଓ ନୀତିବାଣୀ ଶୁଣିବାର ସବୁଦିନ ପରି।

 

ଧନ କାର୍ପଣ୍ୟ ସେବା ଫଳେ

କିବା ଅସାଧ୍ୟ ମହୀ ତଳେ।

ସକଳ ଦେହେ ଏକ ବ୍ରହ୍ମ

ସକଳ ଦେହେ ଏକ ଧର୍ମ।

 

ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )

Leave A Reply

Your email address will not be published.