Latest Odisha News

BREAKING NEWS

କରୋନା ଟିକା ଉପରେ ଆଜି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରେ DCGI

ନୂଆଦିଲ୍ଲୀ: ଦେଶରେ କରୋନା ଟିକା ପ୍ରଦାନ ଉପରେ ଆଜି ମିଳିପାରେ ଖୁସି ଖବର । ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରେ ଭାରତୀୟ ଔଷଦ ନିୟାମକ ବା DCGI । ଆଜି ସକାଳ ୧୧ଟାରେ ଏଥିପାଇଁ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି DCGI । ଏଥିରେ ଟିକାର ଜରୁରିକାଳୀନ ବ୍ୟବହାରକୁ ଅନୁମତି ଦେବା ନେଇ ଘୋଷଣା କରିପାରନ୍ତି ।

ବର୍ତ୍ତମାନ ସୁଦ୍ଧା ଟିକା ପାଇଁ ସରକାର ଗଠନ କରିଥିବା ସବଜେକ୍ଟ ଏକ୍ସପର୍ଟ କମିଟି ସେରମ୍ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଓ ଭାରତ ବାୟୋଟେକର ସ୍ୱଦେଶୀ ଟିକା କୋଭାକ୍ସିନର ଜରୁରୀ ବ୍ୟବହାରକୁ ଅନୁମତି ଦେବା ପାଇଁ DCGIକୁ ସୁପାରିଶ କରିଛି । କୋଭିସିଲ୍ଡ ଟିକାକୁ ବ୍ୟବହାର ଅନୁମତି ମିଳିବା ନେଇ ସୂଚନା ମିଳିଛି ।

ସେପଟେ ଟିକା ଆସିବା ପୂର୍ବରୁ ବିତରଣ ଓ କେମିତି ଟିକା ଦିଆଯିବ ସେସବୁର ରିହରସାଲ୍ ବି ହୋଇଛି । ଗତକାଲି ଗୋଟିଏ ଦିନରେ ସାରା ଦେଶରେ ଟିକାର ଡ୍ରାଏ ରନ୍ ହୋଇଥିଲା । ୧୨୫ଜିଲ୍ଲାର ୨୮୬ଟି ସ୍ଥାନରେ ହୋଇଥିଲା ମକ୍ ଡ୍ରିଲ୍ । ଏଥିରେ ପାଖାପାଖି ୧ଲକ୍ଷ ୧୪ହଜାରରୁ ଅଧିକ ଭେକ୍ସିନେଟରଙ୍କୁ ତାଲିମ୍ ଦିଆଯାଇଛି ।

Leave A Reply

Your email address will not be published.