Latest Odisha News

ମାହାଙ୍ଗା ଡବଲ ମର୍ଡର କେସ ତଦନ୍ତ ଦାୟିତ୍ୱ ଜଣେ ଡିଆଇଜିଙ୍କୁ ଦିଆଯିବ: ସମୀର ମହାନ୍ତି

ଭୁବନେଶ୍ୱର: ଜଣେ ଡିଆଇଜିଙ୍କୁ ଦିଆଯିବ ମାହାଙ୍ଗା ମର୍ଡର କେସର ଦାୟିତ୍ୱ । ୧୦ଦିନ ଭିତରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ । ଆଜି ବିଜେପି ଟିମ୍ ପୋଲିସ ଡିଜି ଅଭୟଙ୍କୁ ଭେଟିବା ପରେ ଏହି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।

ଆଜି ବିଜେପି ନେତା କୁଳମଣି ବରାଳ ହତ୍ୟା ମାମଲାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆନ୍ଦୋଳନ କରିଥିଲା ବିଜେପି । ଦଳ ପକ୍ଷରୁ ଏକ ଶୋଭାଯାତ୍ରା ମାତାମଠରୁ ବାହାରି ଡିଜିପି ଅଫିସ ଯାଏଁ ଯାଇଥିଲା । ସେଠାରେ ଡିଜିପିଙ୍କ ସହ ଏକ ପ୍ରତିନିଧି ମଣ୍ଡଳୀ ଆଲୋଚନା କରିବା ବେଳେ ବାହାରେ ପୋଲିସ ଓ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ।

ଏହି ଘଟଣାରେ ପୋଲିସ ଏଯାଏଁମୋଟ ୧୩ ଅଭିଯୁକ୍ତଙ୍କ ମଧ୍ୟରୁ ୭ ଜଣଙ୍କୁ ଗିରଫ କରିଛି । ଏଫ୍‌ଆଇଆରରେ ନାଁ ଥିବା ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀଙ୍କୁ ଗିରଫ ସହ ତାଙ୍କ ଇସ୍ତଫା ଦାବି କରିଛି ବିଜେପି ।

Leave A Reply

Your email address will not be published.