Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ନୂଆପଡା ଜିଲ୍ଲା ଶ୍ରମ ଅଧିକାରୀ

ନୂଆପଡା: ଭିଜିଲାନ୍ସ ଜାଲରେ ନୂଆପଡା ଜିଲ୍ଲା ଶ୍ରମ ଅଧିକାରୀ ଶରତ ଚନ୍ଦ୍ର ପାଣିଗ୍ରାହୀ । ଜଣେ ବ୍ୟକ୍ତିଙ୍କଠାରୁ ୪୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କୁ ଗିରଫ କରାଯାଇଥିଲା । ବୋଡେନ ଥାନା ଅନ୍ତର୍ଗତ ପାଲସାଦା ଗାଁର ଶ୍ରୀନିବାସ ବେହେରାଙ୍କଠାରୁ ୨୦୦ ବ୍ୟକ୍ତିଙ୍କ ଶ୍ରମିକ ପଂଜୀକରଣ ପାଇଁ ସେ ଏହି ଲାଞ୍ଚ ନେଉଥିଲେ ।

ଏ ନେଇ ଶ୍ରୀନିବାସ ପୂର୍ବରୁ ଭିଜିଲାନ୍ସକୁ ଜଣାଇଥିଲେ । ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ଗିରଫ କରିଥିଲେ ।

Leave A Reply

Your email address will not be published.