କଟକ: ଏଥର ଭାଇ ହାତରେ ଭଉଣୀ ବାନ୍ଧିବେ ଡିଜିଟାଲ ରାକ୍ଷୀ । କେବଳ ରାକ୍ଷୀ ନୁହେଁ ମାସ୍କ ଓ ସାନିଟାଇଜର ଭେଟି ଦେଇ ପାରିବେ । କଟକରେ ତିଆରି ହୋଇଛି ଏହି ଡିଜିଟାଲ ରାକ୍ଷୀ । ଥ୍ରୀ ଡି ମାସ୍କ ନିର୍ମାଣ କରି ଚର୍ଚ୍ଚାରେ ଆସିଥିବା ଈଶ୍ୱର ସାହୁ ଡିଜିଟାଲ ରାକ୍ଷୀ ତିଆରି କରିଛନ୍ତି। ଯେଉଁଥିରେ ଭାଇ ଭଉଣୀଙ୍କ ଫୋଟୋ କିମ୍ବା ଭାଇର ଫୋଟୋ ରାକ୍ଷୀ ଉପରେ ପେଷ୍ଟ ହୋଇ ରହୁଛି ।
ଏହା ସହ ଯେଉଁ ଭାଇମାନେ ଦୂରରେ ରହୁଛନ୍ତି ସେମାନଙ୍କୁ ମଧ୍ୟ ଏହି ରାକ୍ଷୀ ଭଉଣୀ ମାନେ ପଠାଉଛନ୍ତି । ଏହାର କାରଣ ହେଲା ସମସ୍ତେ ଏବେ ମହାମାରୀ କରୋନାରେ ହନ୍ତସନ୍ତ ଆଉ ଏହାର ଭିତରେ ଏହି ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ଗୋଟିଏ ଛୋଟିଆ ଖୁସି ଆଣିବା ପାଇଁ ଭଉଣୀ ମାନେ ଚେଷ୍ଟା କରୁଛନ୍ତି।
କରୋନା ମହାମାରୀକୁ ନଜରରେ ରଖି ଈଶ୍ୱର ଏକ ରାକ୍ଷୀ କିଟ ତିଆରି କରିଛନ୍ତି। ଯେଉଁଥିରେ ଗୋଟିଏ ଡିଜିଟାଲ ରାକ୍ଷୀ ସହ ପୂଜା ପାଇଁ ସାମଗ୍ରୀ ଆଉ ବିଶେଷକରି କୋଭିଡ ପ୍ରତିଷେଧକ ଭାବରେ ବ୍ୟବହାର କରାଯାଉଥିବା ମାସ୍କ ଓ ସାନିଟାଇଜର ମଧ୍ୟ ବକ୍ସ ଭିତରେ ଜାଗା ଦିଆଯାଇଛି।
Comments are closed.