ଭୁବନେଶ୍ୱର : ଜୁଲାଇରେ ରାଜ୍ୟରେ କରୋନା ସଂକ୍ରମଣ ରେକର୍ଡ ସ୍ତର ଛୁଇଁଛି । ପ୍ରଥମେ ଚାରି ଶହ, ପରେ ପାଞ୍ଚ ଶହ, ତାପରେ ଗୋଟିଏ ଦିନରେ ସାତ ଶହ ପଜିଟିଭ୍ କେସ୍ ଆଶୁଥିଲା । ଗତ ଦୁଇ ଦିନ ହେବ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ହଜାରେ ଟପିଗଲା । ୨୧ ହଜାର ପାର କରିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସର୍ବାଧିକ ୧୨୬୪ ପଜିଟିଭ୍ କେସ୍ ବାହାରିଛି । ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବକାଳୀନ ରେକର୍ଡ ।
୨୨ ଦିନରେ ୧୩ ହଜାରରୁ ଅଧିକ ପଜିଟିଭ୍
ଜୁଲାଇରେ କରୋନା ମାରିଛି ଲମ୍ବା ଲମ୍ଫ । ନାଲି ଆଖି ଦେଖାଇଛି । ମାଡ଼ି ମାଡ଼ି ଚାଲିଛି । ସଂଖ୍ୟା ଦେଖିଲେ ସାଧାରଣ ଲୋକ ଛାନିଆ । ବର୍ତ୍ତମାନ ସୁଦ୍ଧା ଜୁଲାଇରେ କେବଳ ଚିହ୍ନଟ ହୋଇଛନ୍ତି ୧୩ ହଜାର ୫୫୪ ଭୂତାଣୁ ସଂକ୍ରମିତ । ଦୈନିକ ହାରାହାରି ବାହାରୁଛନ୍ତି ୧୧୬ ନୂଆ ପଜିଟିଭ୍ । ରାଜ୍ୟର ମୋଟ୍ ଆକ୍ରାନ୍ତଙ୍କ ୬୪ ପ୍ରତିଶତ କେବଳ ଗତ ୨୨ ଦିନ ଭିତରେ ବାହାରିଛନ୍ତି ।

ଚାରି ମାସରେ ଯେତିକି, ଗୋଟିଏ ମାସରେ ପାଖାପାଖି ଡବଲ୍
ମାର୍ଚ୍ଚ ୧୬ ତାରିଖରେ ରାଜ୍ୟରୁ ବାହାରିଥିଲା ପ୍ରଥମ କରୋନା ପଜିଟିଭ୍ କେସ୍ । ଜୁନ୍ ୩୦ ସୁଦ୍ଧା ଭୂତାଣୁ ସଂକ୍ରମିତ ହୋଇଥିଲେ ୭ ହଜାର ୩୧୬ । ଜୁଲାଇ ପହିଲାରେ ଏହି ସଂଖ୍ୟା ଥିଲା ୭ ହଜାର ୫୪୫ । ତାପରଠୁ ଦ୍ରୁତ ଗତିରେ ବଢ଼ିଛି ସଂକ୍ରମଣ । ବିଶେଷ କରି ଗଞ୍ଜାମ, ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼, ଯାଜପୁର ଓ ଗଜପତି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ।
୧୭ ଦିନରେ ୧୧ ହଜାର ସଂକ୍ରମିତ
ଜୁଲାଇ ମାସରେ ଭୂତାଣୁ ସଂକ୍ରମିତ ହୋଇଛନ୍ତି ମୋଟ୍ ୧୩ ହଜାର ୫୫୪ । କିନ୍ତୁ ଗତ ୧୭ ଦିନରେ ୧୦ ହଜାରରୁ ଅଧିକ ପଜିଟିଭ୍ କେସ ସାମନାକୁ ଆସିଛି । ଜୁଲାଇ ୬ ତାରିଖରେ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୧୦ ହଜାର ୯୭ । ଆଜି ସୁଦ୍ଧା ସଂଖ୍ୟା ୨୧ ହଜାର ଡେଇଁ ଯାଇଛି । ଗତ ୧୭ ଦିନ ଭିତରେ ଚିହ୍ନଟ ହୋଇଛନ୍ତି ୧୧ ହଜାର ନୂଆ ଆକ୍ରାନ୍ତ । ଯାହାକି ରାଜ୍ୟ ପାଇଁ ଟେନସନ୍ ।

ଜିଲ୍ଲାଓ୍ୱାରୀ ପଜିଟିଭ୍ କେସ୍
ବର୍ତ୍ତମାନ ୪ଟି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ହଜାରେ ଉପରେ ରହିଥିବା ବେଳେ ପାଞ୍ଚ ଶହରୁ ହଜାରେ ଭିତରେ ରହିଛି ଚାରିଟି ଜିଲ୍ଲାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେହିପରି ଦଶଟି ଜିଲ୍ଲାରେ ତିନି ଶହରୁ ପାଞ୍ଚ ଶହ ଭିତରେ ରହିଛି ପଜିଟିଭ୍ କେସ୍ । ୯ଟି ଜିଲ୍ଲାରେ ଶହେରୁ ତିନି ଶହ ଭିତରେ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଶହେ ଭିତରେ ୩ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି କରୋନା ଆକ୍ରାନ୍ତ ।
BREAKING NEWS
- ସୁଧୁରୁଛି ବନ୍ୟା ସ୍ଥିତି; ପୁନରୁଦ୍ଧାର କାର୍ଯ୍ୟ ପାଇଁ ଆଜି ଭଦ୍ରକରେ ୧୩୧ ସ୍କୁଲ ଛୁଟି
- Flydubai Attack: ମଝି ଆକାଶରେ ‘ଦେବଦୂତ’ ସାଜିଲେ ପ୍ଲମ୍ବର, ପାଣି ପାଇପ୍ ସଜାଡୁଥିବା ମଣିଷଟି ୧୭୪ ଜଣଙ୍କ ସଂସାର ଉଜୁଡିବାରୁ ବଞ୍ଚାଇ ଦେଲା!
- ଗଞ୍ଜାମରେ ଝାଡ଼ାବାନ୍ତି ଆତଙ୍କ; ୨ ମୃତ, ବହୁ ଗୁରୁତର
- ରକ୍ତରେ ଭିଜିଥିଲା କକପିଟ; ବଞ୍ଚାଇଲେ ଭାରତୀୟ ପାଇଲଟ୍, ପ୍ରଶଂସା କଲେ ବିଶ୍ୱ ନେତା
- ଟାଇମ୍ସ ହାୟର ଏଜୁକେସନ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ ୨୦୨୭; ଭାରତର ୪ର୍ଥ ସ୍ଥାନରେ କିଟ୍
- ପାର୍ବଣ ପୂର୍ବରୁ ମହଙ୍ଗା ମାଡ; କମର୍ସିଆଲ ସିଲିଣ୍ଡର ଦାମ୍ ୬୨ ଟଙ୍କା ବୃଦ୍ଧି
- ଗୁଆହାଟୀ ପିଚ୍ ଉପରେ ବର୍ଷିଲେ ଗୌତମ ଗମ୍ଭୀର: “ଏହା କ୍ରିକେଟ ନୁହେଁ, କେବଳ ବ୍ୟାଟିଂ”
- ଫ୍ଲାଏଦୁବାଇ ବିମାନ ଦୁର୍ଘଟଣା ଷଡ଼ଯନ୍ତ୍ର: ଭାରତୀୟ ପାଇଲଟଙ୍କ ସାହସିକତା ଯୋଗୁଁ ଟଳିଲା ବଡ଼ ବିପଦ
- Odisha CEO:ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ୍ ଗୋପାଳନ
- MEA issues advisory for Indians:ସେନାରେ ଯୋଗଦେବା ପାଇଁ ଋଷିଆ ଯିବାର ‘ବିପଜ୍ଜନକ ପଥ’ରୁ ଦୂରେଇ ରୁହନ୍ତୁ: ବୈଦେଶିକ ମନ୍ତ୍ରଣାଳୟ

Comments are closed.