Latest Odisha News

BREAKING NEWS

ଓଡ଼ିଶାର ୭୦ ପ୍ରତିଶତ କରୋନା ଆକ୍ରାନ୍ତ ଲକ୍ଷଣହୀନ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ଘରକୁ ଘର ବୁଲି ସର୍ଭେ କରାଯିବା ଯୋଗୁ ସଂକ୍ରମିତଙ୍କ ସଂଖ୍ୟା ବଢିଛି । ଏଥିରେ କୌଣସି ଚିନ୍ତା କରିବାର ଆବଶ୍ୟକତା ନାହିଁ । ରାଜ୍ୟରେ କୋଭିଡ୍ ସ୍ଥିତି ନେଇ ପ୍ରେସମିଟର ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ।

ସ୍ୱାସ୍ଥ୍ୟ ସଚିବ କହିଛନ୍ତି, ରାଜ୍ୟରେ ପାଖାପାଖି ୭୦ ପ୍ରତିଶତ ଆକ୍ରାନ୍ତଙ୍କ ପାଖରେ କୌଣସି କରୋନା ଲକ୍ଷଣ ନାହିଁ । କୌଣସି ଲକ୍ଷଣ ନ ଥିଲେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘରେ ରହିପାରିବେ କୋରୋନା ଆକ୍ରାନ୍ତ । ଯଦି ଘରେ ସେଭଳି ବ୍ୟବସ୍ଥା ଥିବ ତେବେ ଘରେ ରହିପାରିବେ । ପୃଥକବାସରେ ରହିବା ସମୟରେ ଲକ୍ଷଣ ଦେଖାଦେଲେ ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲ ସ୍ଥାନାନ୍ତର କରାଯିବ ।

ସ୍ୱାସ୍ଥ୍ୟ ସଚିବ କହିଛନ୍ତି, ଆଗାମୀ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା କମିବ । ରାଜ୍ୟର ଆରୋଗ୍ୟ ହାର ୬୫% ଓ ମୃତ୍ୟୁ ହାର ୦.୫୪% ରହିଛି । ଜନସାଧାରଣଙ୍କୁ ଅପିଲ କରିଛନ୍ତି, ଲକ୍ଷଣ ଥିଲେ ଲୁଚାନ୍ତୁ ନାହିଁ । ପରୀକ୍ଷା ପାଇଁ ଆଗେଇ ଆସିବାକୁ ନିବେଦନ କରିଛନ୍ତି ସ୍ୱାସ୍ଥ୍ୟ ସଚିବ ।

Leave A Reply

Your email address will not be published.