Latest Odisha News

BREAKING NEWS

ଗୋଟେ ବେଳର ଖାଦ୍ୟ, କିନ୍ତୁ ବିଲ୍ ୯୦ ଲକ୍ଷର

ନୂଆଦିଲ୍ଲୀ: ସାଲ୍ଟ ବେଈ ନାମରେ ବେଶ୍ ଜଣାଶୁଣା ତୁ୍ର୍କୀର ସେଫ୍ ନୁସରତ ଗୋକ୍ସେ ସୋସିଆଲ ମିଡିଆରେ ଏକ ଖାଦ୍ୟର ବିଲ୍ ର ଭିଡିଓ ସେୟାର କରିଛନ୍ତି । ସେହି ବିଲ୍ର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି । ଯାହାକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣ ଭାବୁଥିବେ ଖାଦ୍ୟର ବିଲ୍ ମାନେ ହଜାରେ କି ଅତି ବେସିରେ ୧୦ ହଜାର ହୋଇଥିବା । ନାଁ ଆଜ୍ଞା, ବିଲ୍ ୧୦୮.୫୦୦ ଡଲାରର ଯାହାକୁ ଭାରତୀୟ ଟଙ୍କା ହିସାବରେ ୯୦ଲକ୍ଷ ୨୩ହଜାର ୨୮ଟଙ୍କା । ବିଲ୍ ଟି ତାଙ୍କର ଦୁବାଇ ସ୍ଥିତ ରେଷ୍ଟୁରାଣ୍ଟର ଗୋଟିଏ ଥରର ବିଲ୍ ଅଟେ । ଯାହାକୁ କିଛି ଲୋକ ଗତ ସମ୍ତାହରେ ପେମେଣ୍ଟ କରିଥିଲା ।

ବିଲ୍ ଟିର ଭିଡିଓ ସୋସିଆଲ ମିଡିଆରେ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି ଯେ, ଟଙ୍କା ଆସେ, ଟଙ୍କା ଚାଲିଯାଏ।’ ତେବେ ବିଲ୍ ରେ ଅର୍ଡର ହୋଇଥିବା ଖାଦ୍ୟ ଏବଂ ପାନୀୟ ବିଷୟରେ ଉଲ୍ଲେଖ କରାଯାଇଛି । ଏହାସହ ସେଥିରେ ସେହି ସବୁ ଜିନିଷର ମୂଲ୍ୟ ମଧ୍ୟ ଲେଖାଯାଇଛି । ରେଷ୍ଟୁରାଣ୍ଟକୁ ଆସିଥିବା କିଛି ଲୋକ ଖାଦ୍ୟ ଅର୍ଡର ଦେଇଥିଲେ । ଆପଣମାନେ ବିଲ୍ ଦେଖି ଜାଣି ପାରୁଥିବେ ଯେ, ସେହି ରେଷ୍ଟୁରାଣ୍ଟର ଖାଦ୍ୟ କେତେ ମହଙ୍ଗା । ସେହି ହିସାବରେ ସେମନେ ଅର୍ଡର ଦେଇଥିବା ସମସ୍ତ ଖାଦ୍ୟର ଟଙ୍କା ମିଶାଇ ଏତିକି ବିଲ୍ ହୋଇଛି । କିନ୍ତୁ ଏହାରି ଭିତରେ ସବୁଠାରୁ ଚକିତ କଲା ଭଳି କତା ଏଇଟା ଯେ, ସେମାନେ ବିଲ୍ ବ୍ୟତୀତ ୨୪,୫୦୦ ଡଲାର( ପାଖାପାଖି ୨୦ ଲକ୍ଷ) ଟଙ୍କା ଟିପ୍ ଦେଇଛନ୍ତି ।

ତେବେ ବିଲ୍ ରେ ଖାଦ୍ୟର ମୂଲ୍ୟ ଏବଂ ଟୋଟାଲ୍ ମୂଲ୍ୟ ସବୁ ୟୁଏଇ ମୁଦ୍ରା ଅନୁସାରେ ଲେଖାଯାଇଛି । ଏହି ପୋଷ୍ଟଟିକୁ ଦେଖିବାପରେ ଲୋକମାନେ ଅନେକ ପ୍ରକାରର କମେଣ୍ଟ କରିଛନ୍ତି। କିଏ ଭଲ ତ କିଏ ରାଗିକି କମେଣ୍ଟ କରିଛି । କମେଣ୍ଟରେ ସେମାନେ ଲେଖିଛନ୍ତି କି ଏଠି ଅନେକ ଲୋକ ଖାଇବାକୁ ନପାଇ ଭୋକ ଉପାସରେ ମରୁଛନ୍ତି । ଟଙ୍କା ଅଭାବରେ ସେମାନେ ଦିନକୁ ଦୁଇ ମୁଠା ଖାଇବାକୁ ମଧ୍ୟ ପାଉନାହାନ୍ତି । କିନ୍ତୁ ଏଠାରେ ଲୋକେ ଗୋଟେ ବେଳର ଖାଇବା ପାଇଁ ୯୦ ଲଜ୍ଞ ଖର୍ଚ୍ଚ କରୁଛନ୍ତି । ତେବେ କିଛି ଲୋକ ଏଇଆ ମଧ୍ୟ କହୁଛନ୍ତି ଯେ ଏହି ରେଷ୍ଟୁରାଣ୍ଟ ସବୁଠାରୁ ମହଙ୍ଗା ରେଷ୍ଟୁରାଣ୍ଟ ଅଟେ ।

Leave A Reply

Your email address will not be published.