Latest Odisha News

BREAKING NEWS

ଆଜିଠୁ ଭୁବନେଶ୍ୱର ଏମ୍ସରେ ଆରମ୍ଭ ଆନୁଷ୍ଠାନିକ ଭାବେ ଆରମ୍ଭ ହେବ ଡ୍ରୋନ୍ ସ୍ୱାସ୍ଥ୍ୟସେବା

ଭୁବନେଶ୍ବର: ଆଜିଠୁ ଭୁବନେଶ୍ୱର ଏମ୍ସରେ ଆରମ୍ଭ ହେବ ଡ୍ରୋନ୍ ଯୋଗେ ସ୍ୱାସ୍ଥ୍ୟସେବା । ରୋଗୀଙ୍କ ପାଖରେ ପହଞ୍ଚିବ ମେଡିକାଲ ସୁବିଧା । ଗତ ମଙ୍ଗଳବାର ଏମ୍ସ ଠାରୁ ପ୍ରାୟ ୮୦ କିଲୋମିଟର ଦୂର ଟାଙ୍ଗୀ ଆଉଟରିଚ୍ ସେଣ୍ଟରକୁ ମାତ୍ର ୩୭ ମିନିଟ୍ ରେ ବ୍ଲଡ ସାମ୍ପଲ ପହଞ୍ଚାଇ ସଫଳତାର ସହ ଏହାର ଟ୍ରାଏଲ ରନ ଶେଷ ହୋଇଥିଲା ।

ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯୟ ସମୟରେ ଡ୍ରୋନ୍ ବ୍ୟବବହାର କରି ଲୋକମାନଙ୍କୁ ଅତ୍ୟାବଶ୍ୟକୀୟ ସ୍ୱାସ୍ଥ୍ୟସେବା ଯୋଗାଇଦିଆଯାଇ ପାରିବ । ଅପହଞ୍ଚ ଅଞ୍ଚଳ ଗୁଡ଼ିକରେ ମେଡ଼ିସିନ୍ ଠାରୁ ଆରମ୍ଭ କରି ରକ୍ତ, ପ୍ଲେଟଲେଟ୍ ଇତ୍ୟାଦିକୁ ସହଜରେ ଲୋକଙ୍କ ପାଖରେ ପହଞ୍ଚାଯାଇପାରିବ ।

ଥରକେ ୨ ରୁ ୫ କିଲୋଗ୍ରାମ ସାମଗ୍ରୀ ପରିବହନ କରି ୧୦୦ କିଲୋମିଟର ଦୂର ଯାଏଁ ଯାଇପାରିବ ଏହି ଡ୍ରୋନ୍ । ସାଟେଲାଇଟ୍ ଜିପିଏସ୍ ଦ୍ୱାରା ପରିଚାଳିତ ଏହି ଡ୍ରୋନକୁ ଲାଇଭ୍ ଟ୍ରାକ୍ କରାଯାଇପାରିବ ।

Leave A Reply

Your email address will not be published.