Latest Odisha News

BREAKING NEWS

ଦୀନେଶଙ୍କ ସହ ବିଶ୍ୱାସଘାତକତା କରିଥିଲେ ପତ୍ନୀ ଓ ବନ୍ଧୁ ବିଜୟ

ଭାରତୀୟ କ୍ରିକେଟର ସିନିୟର ୱିକେଟକିପର ଦୀନେଶ କାର୍ତିକଙ୍କ ଜୀବନରେ ଅନେକ ଝଡ ଆସିଛି । ତେବେ ପତ୍ନୀ ଓ ବନ୍ଧୁ ତାଙ୍କ ସହ ବିଶ୍ୱାସଘାତକତା କରିବେ ତାହା ସେ କେବେ ସ୍ୱପ୍ନରେ ଭାବି ନ ଥିଲେ । ଦୀନେଶ ଓ ନିକିତା ବନଜାରା ଦୀର୍ଘ ଦିନ ପରସ୍ପରକୁ ଭଲ ପାଇବା ପରେ ଶେଷରେ ବିବାହ କରିଥିଲେ । ୨୦୧୨ରେ କର୍ଣ୍ଣାଟକ ଓ ତାମିଲନାଡୁ ମ୍ୟାଚ ଅବସରରେ ଦୀନେଶ ଏହି ବିଶ୍ୱାସଘାତକତା ସମ୍ପର୍କରେ ଅବଗତ ହୋଇଥିଲେ ।

ଗୋଟିଏ ଟିମ ପକ୍ଷରୁ ଖେଳୁଥିବାରୁ ଉଭୟଙ୍କ ମଧ୍ୟରେ ଭଲ ବନ୍ଧୁତା ଥିଲା । ବନ୍ଧୁ ମୂରଲୀ ବିଜୟଙ୍କୁ ସେ ତାଙ୍କ ପତ୍ନୀଙ୍କ ସହ ବିଶ୍ୱାସରେ ଭେଟ କରାଇଥିଲେ । ଆଉ ନିକିତା ତାଙ୍କ ପିଠି ପଛରେ ବିଜୟଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ତୋଳିଥିଲେ । ଏହି ଘଟଣା ପରେ ଦୀନେଶ ଭାଙ୍ଗି ପଡିଥିଲେ । ତାଙ୍କ କ୍ରିକେଟ କ୍ୟାରିୟର ମଧ୍ୟ ଏହା ଦ୍ୱାରା ବାଧାପ୍ରାପ୍ତ ହୋଇଥିଲା । ଶେଷରେ ସେ ନିକିତାଙ୍କୁ ଛାଡପତ୍ର ଦେଇଥିଲେ । ସେ ସମୟରେ ନିକିତା ଗର୍ଭବତୀ ଥିଲେ । ଅବଶ୍ୟ ପରେ ବିଜୟଙ୍କୁ ବିବାହ କରିବା ପରେ ସେ ମାଆ ହୋଇଥିଲେ ।

ସବୁଠାରୁ ବଡ କଥା ଦୀନେଶ ଓ ବିଜୟ ଏହି ଘଟଣା ନେଇ ସର୍ବଦା ନୀରବତା ଅବଲମ୍ବନ କରି ଆସିଛନ୍ତି । ଭଗବାନ ବି ଏତେ ନିର୍ଦ୍ଦୟୀ ନୁହନ୍ତି । ଦୀନେଶ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଥିବା ବେଳେ ଲୋକପ୍ରିୟ ସ୍କ୍ୱାଶ ଖେଳାଳି ଦୀପିକା ପାଲିକଲ ତାଙ୍କ ସହ ଯୋଡି ହୋଇଥିଲେ । ଏହି ବନ୍ଧୁତା ଦୀନେଶଙ୍କ ମନୋବଳ ବଢ଼ାଇଥିଲା । ଶେଷରେ ଉଭୟ ପରସ୍ପରକୁ ଭଲ ପାଇ ବସିଥିଲେ । ୨୦୧୫ରେ ଉଭୟ ବିବାହ କରିଥିଲେ । ଭାରତୀୟ କ୍ରିକେଟରେ ପ୍ରେମ, ଧୋକା ଆଉ ବନ୍ଧୁତାର ଏହି କାହାଣୀ କିଏ ବା ଭୁଲିପାରିବ ।

Leave A Reply

Your email address will not be published.