Latest Odisha News

BREAKING NEWS

ମତ୍ସ୍ୟଜୀବୀଙ୍କ ପାଇଁ ନୂଆ ଯୋଜନା ଆଣିଲେ ସରକାର

ନୂଆଦିଲ୍ଲୀ: ଅଣସଂଗଠିତ ମତ୍ସ୍ୟ ଚାଷ କ୍ଷେତ୍ରକୁ ଆନୁଷ୍ଠାନିକ କରିବା, ମାଇକ୍ରୋ ଏବଂ କ୍ଷୁଦ୍ର ଉଦ୍ୟୋଗ (ଏମ୍ଏସ୍ଏମ୍ଇ)କୁ ଅନୁଷ୍ଠାନିକ ଅର୍ଥ ପ୍ରଦାନ ତଥା ଜଳଚର ବୀମାକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ୬ ହଜାର କୋଟି ଟଙ୍କାର ଯୋଜନା ଘୋଷଣା କରିଛନ୍ତି। ଏହା ସହିତ ସରକାର ‘ମତ୍ସ୍ୟ ଭିତ୍ତିଭୂମି ବିକାଶ ପାଣ୍ଠି’ (FIDF)ର ଉନ୍ନୟନ ପାଇଁ ୭୫୨୨.୪୮ କୋଟି ଟଙ୍କା ଏବଂ ଆସନ୍ତା ତିନି ବର୍ଷ ପାଇଁ ୨୦୨୫-୨୬ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୯୩୯.୪୮ କୋଟି ଟଙ୍କା ବଜେଟ୍ ସହାୟତା କରିବାକୁ ନିଷ୍ପତ୍ତି ନେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ‘ପ୍ରଧାନମନ୍ତ୍ରୀ ମତ୍ସ୍ୟ କିସାନ ସମୃଦ୍ଧି ସହ-ଯୋଜନା’ (PM-MKSSY) କୁ ଅନୁମୋଦନ କରିଛି। ଯାହାକି ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା (PMMSY) ଅଧୀନରେ ଏକ କେନ୍ଦ୍ରୀୟ ଉପ-ଯୋଜନା ଅଟେ। ମତ୍ସ୍ୟଜୀବୀ, ମତ୍ସ୍ୟ ଚାଷୀ, ମାଇକ୍ରୋ ଏବଂ କ୍ଷୁଦ୍ର ଉଦ୍ୟୋଗଙ୍କ ସହିତ ମତ୍ସ୍ୟ ଉତ୍ପାଦନକାରୀ ସଂସ୍ଥାମାନଙ୍କ ପାଇଁ ଏହି ନୂତନ ଉପ-ଯୋଜନା ହେବ ବୋଲି ଜଣାପଡ଼ିଛି।

ଏହି ଯୋଜନାର ମୂଳ ଲକ୍ଷ୍ୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ୨୦୨୩-୨୪ ଆର୍ଥିକ ବର୍ଷରୁ ୨୦୨୬-୨୭ ପର୍ଯ୍ୟନ୍ତ ଏହି ୪ ବର୍ଷର ଅବଧି ମଧ୍ୟରେ ୬ ହଜାର କୋଟିରୁ ଅଧିକ ଟଙ୍କା ନିବେଶ କରାଯିବା ସହିତ ସୁକ୍ଷ୍ମ ଓ ଲଘୁ ଉଦ୍ୟମ ଉପରେ ଧ୍ୟାନ କେନ୍ଦ୍ରିତ କରିବା ସହିତ ମତ୍ସ୍ୟ ପାଳନ କ୍ଷେତ୍ରକୁ ସଂଗଠିତ ରୂପ ପ୍ରଦାନ କରାଯିବାକୁ ଯୋଜନା କରାଯାଇଛି।

ଜଣେ ଅଧିକାରୀ କହିବା ମୁତାବକ ଏହାର ପ୍ରାୟ ୫୦ ପ୍ରତିଶତ ଅର୍ଥାତ୍ ୩ ହଜାର କୋଟି ଟଙ୍କା ବିଶ୍ୱ ବ୍ୟାଙ୍କ ଏବଂ AFD ର ବାହ୍ୟ ପାଣ୍ଠିରୁ ଆସିବ। ଅବଶିଷ୍ଟ ୫୦ ପ୍ରତିଶତ ଅର୍ଥ ହିତାଧିକାରୀ ଏବଂ ବେସରକାରୀ କ୍ଷେତ୍ରରୁ ଆଶା କରାଯାଉଛି। ଏହି ସବ୍-ସ୍କିମ୍ ପ୍ରାୟ ୧.୭ ଲକ୍ଷ ନୂତନ ଚାକିରି ସୃଷ୍ଟି କରିବ ବୋଲି ଆଶା କରାଯାଉଛି, ଯେଉଁଥିରେ ୭୫ ହଜାର ମହିଳାଙ୍କୁ ରୋଜଗାର ଯୋଗାଇବା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ଏହା ମଧ୍ୟ ମାଇକ୍ରୋ ଏବଂ କ୍ଷୁଦ୍ର ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ମୂଲ୍ୟ ଶୃଙ୍ଖଳରେ ୫.୪ ଲକ୍ଷ ସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି।

Leave A Reply

Your email address will not be published.