Latest Odisha News

BREAKING NEWS

ଭୋଜନ କକ୍ଷଟିଏ କଲାବେଳେ କେଉଁ ସବୁ ବାସ୍ତୁ ନିୟମ ପ୍ରତି ଧ୍ୟାନ ଦେବେ ?

ଭୁବନେଶ୍ବର: ବାସ୍ତୁଶାସ୍ତ୍ରର ଅନେକ ନିୟମ ରହିଛି । ତେବେ ଆସନ୍ତୁ ଜାଣିବା ଭୋଜନ କକ୍ଷଟିଏ କଲାବେଳେ କେଉଁ ସବୁ ବାସ୍ତୁ ନିୟମ ପ୍ରତି ଧ୍ୟାନ ଦେବା ଉଚିତ୍ ।

-ଭୋଜନ କକ୍ଷ ସହିତ ଶୌଚାଳୟ ଲାଗିକରି ରହିବ ନାହିଁ । ଭୋଜନ କକ୍ଷରେ ଫ୍ରିଜ୍ ଅଗ୍ନି କୋଣରେ ରହିବ। ଭୋଜନ କକ୍ଷର ଦ୍ୱାର ଗୃହର ମୁଖ୍ୟଦ୍ୱାର ସମ୍ମୁଖରେ ରଖନ୍ତୁ ନାହିଁ।

-ଭୋଜନ କକ୍ଷର କାନ୍ଥ ହଳଦିଆ, ନାରଙ୍ଗି ଓ କ୍ରିମ୍‌ ରଙ୍ଗ କରିବା ଶୁଭଦାୟକ ।

-ଦକ୍ଷିଣ ଦିଗକୁ ମୁଖକରି ଭୋଜନ କଲେ ପରିବାରରେ ଏକତା ନଷ୍ଟ ହୋଇଥାଏ। ପରିବାରର ସଦସ୍ୟଙ୍କ ଭିତରେ କଳହ ସୃଷ୍ଟି ହୁଏ। ଏହା ସହିତ ବିଭିନ୍ନ ପ୍ରକାର ରୋଗ ମଧ୍ୟ ସୃଷ୍ଟି ହୋଇଥାଏ। ପୂର୍ବ ଦିଗକୁ ମୁହଁ କରି ଭୋଜନ କଲେ ଦୀର୍ଘାୟୁ ହୋଇଥାନ୍ତି। ଉତ୍ତର ଦିଗକୁ ମୁହଁ କରି ଭୋଜନ କଲେ ସୁଖ ପ୍ରାପ୍ତି ହୋଇଥାଏ। ପଶ୍ଚିମ ଦିଗକୁ ମୁଖ କରି ଭୋଜନ କଲେ ଧନ ରୋଜଗାର ଶକ୍ତି ବୃଦ୍ଧି ହୋଇଥାଏ।

-ଭୋଜନ କକ୍ଷ ଗୃହର ପଶ୍ଚିମ ଦିଗରେ ନିର୍ମାଣ କରନ୍ତୁ। ଯଦି ପଶ୍ଚିମରେ ଅସୁବିଧା ହେଉଥାଏ ତେବେ ଉତ୍ତର ଦିଗରେ ମଧ୍ୟ କରାଯାଇପାରିବ। ଖାଦ୍ୟ ଗ୍ରହଣ ସମୟରେ ଗୃହ ମୁଖିଆଙ୍କ ମୁଖ ପୂର୍ବ ଦିଗକୁ ହେବା ଭଲ।

-ଡାଇନିଙ୍ଗ୍ ଟେବୁଲ୍ ଗୋଲାକାର, ଅଣ୍ଡାକାର, ଅଷ୍ଟଭୂଜାକାର, ବର୍ଗାକାର ଓ ଆୟତାକାର ହେବା ଆବଶ୍ୟକ। ଡାଇନିଙ୍ଗ୍ ଟେବୁଲ୍‌ର ଲମ୍ବ ଯଦି ୮ ଫୁଟ୍ ହୁଏ, ତେବେ ଚଉଡ଼ା ୪ ଫୁଟ୍ ହେବା ଆବଶ୍ୟକ। ଏହାର ମାପ ବିଷମ ମାପ ହେବା ଭଲ ନୁହେଁ ।

Comments are closed.