Latest Odisha News

BREAKING NEWS

ଇତିହାସ ରଚିଲେ ମେରୀ କମ୍ : ୬ଷ୍ଠ ଥର ଲାଗି ହେଲେ ବିଶ୍ୱ ବିଜୟିନୀ

ନୂଆଦିଲ୍ଲୀ: ଅଲିମ୍ପିକ୍ସ ବକ୍ସିଂ ପଦକ ବିଜେତା ତଥା ଭାରତୀୟ ମହିଳା ବକ୍ସିଂ ଆଇକନ୍ ମେରୀ କମ୍ ଏଠାରେ ଅନୁଷ୍ଠିତ ହେଉଥିବା ବିଶ୍ୱ ମହିଳା ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରି ଇତିହାସ ରଚିଛନ୍ତି ।

ମେରୀ କମ୍ ୬ଷ୍ଠଥର ଲାଗି ଏହି ଆଖ୍ୟା ଅର୍ଜନ କରି ଏକ ବିରଳ କିର୍ତ୍ତୀମାନ ସ୍ଥାପନ କରିପାରିଛନ୍ତି । ସେ ୪୮କେଜି ମହିଳା ବର୍ଗ ଫାଇନାଲରେ ତାଙ୍କର ୟୁକ୍ରେନ ପ୍ରତିଦ୍ୱନ୍ଦୀ ହାନ୍ନା ଓଖୋତାଙ୍କୁ ପରାଜିତ କରିଛନ୍ତି ।

ତିନି ତିନୋଟି ସନ୍ତାନର ଜନନୀ ମେରୀ ଏହି ମ୍ୟାଚ୍ ଜିତିବା ପରେ ଆତ୍ମହରା ହୋଇପଡ଼ିଥିଲେ । ଘରୋଇ ଦର୍ଶକଙ୍କ ଆଗରେ ବିଶ୍ୱ ବିଜୟୀ ହେବା ପରେ ସେ ହାତରେ ଭାରତୀୟ ପତାକା ଧରି ଗ୍ୟାଲେରୀର ଦର୍ଶକମାନଙ୍କ ଠାରୁ ଅଭିବାଦନ ଗ୍ରହଣ କରିଥିଲେ ।

ତାଙ୍କର ଏହି ସଫଳତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତ୍ତା ପାଇଛନ୍ତି । ତାଙ୍କର ଏହି ସଫଳତା ପରେ ପ୍ରାୟ ସମସ୍ତ ସୋସିଆଲ ମିଡ଼ିଆରେ ପ୍ରଶଂସକମାନେ ମେରୀଙ୍କୁ ବେଶ୍ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.