Latest Odisha News

BREAKING NEWS

ଏସିଆନ ଚାମ୍ପିୟନଶିପରେ ଇତିହାସ ରଚିଲେ ଭାରତୀୟ ଜିମ୍ନାଷ୍ଟ ଦୀପା କର୍ମାକାର

ତାସକେଂଟ: ଏସିଆନ ସିନିୟର ଚାମ୍ପିୟନଶିପରେ ଭାରତର ଜିମ୍ନାଷ୍ଟ ଦୀପା କର୍ମାକାର ଇତିହାସ ରଚିଛନ୍ତି । ସେ ପ୍ରଥମ ଭାରତୀୟ ଭାବେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଦୀପା ମହିଳା ଭଲ୍ଟ ଇଭେଂଟରେ ୧୩.୫୬୬ ପଂଏଟ ସଂଗ୍ରହ କରି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଏସିଆନ ଚାମ୍ପିୟନଶିପରେ ଦୀପାଙ୍କ ଏହା ଦ୍ୱିତୀୟ ପଦକ । ଏହା ପୂର୍ବରୁ ୨୦୧୫ରେ ସେ ସମାନ ଇଭେଂଟରେ ବ୍ରୋଞ୍ଜ ପଦକ ପାଇଥିଲେ । ସେହି ବର୍ଷ ଫ୍ଲୋର ଏକ୍ସରସାଇଜରେ ଆଶୀଷ କୁମାର ମଧ୍ୟ ବ୍ରୋଞ୍ଜ ପଦକ ଜିତିଥିଲେ । ୨୦୧୯ ଓ ୨୦୨୨ରେ ପ୍ରଣତି ନାୟକ ଭଲ୍ଟ ଇଭେଂଟରେ ବ୍ରୋଞ୍ଜ ଜିତିଥିଲେ ।

ଡୋପିଂ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀପା ୨୧ ମାସ ପାଇଁ ନିଲମ୍ବିତ ହୋଇଥିଲେ । ଗତ ବର୍ଷ ସେ ଆକ୍ସନକୁ ଫେରିଥିଲେ । ତେବେ ଦୀପା ଆଗାମୀ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିପାରି ନାହାନ୍ତି । ୨୦୧୬ ରିଓ ଅଲିମ୍ପିକ୍ସରେ ୩୦ ବର୍ଷୀୟା ଦୀପା ଭଲ୍ଟ ଫାଇନାଲରେ ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକ ହାସଲ କରିପାରି ନ ଥିଲେ ।

Leave A Reply

Your email address will not be published.