Latest Odisha News

BREAKING NEWS

ଷ୍ଟ୍ରଙ୍ଗ ରୁମରେ ଇଭିଏମ୍, କେମିତି ଗ୍ରହଣ କରଯାଇଛି ସୁରକ୍ଷା ବ୍ୟବସ୍ଥା?

ଭୁବନେଶ୍ୱର: ଆସନ୍ତା ୪ ତାରିଖରେ ହେବାକୁ ଥିବା ଭୋଟ୍ ଗଣତିକୁ ଦୃଷ୍ଟିରେ ରଖି ପୁଲିସ କମିସନର ସଞ୍ଜୀବ ପଣ୍ଡା କଟକ ଓ ଭୁବନେଶ୍ୱରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଘୋଷଣା କରିଛନ୍ତି। ଏହି ସମୟରେ ନିରାପତ୍ତା ଓ ଶୃଙ୍ଖଳା ସୁନିଶ୍ଚିତ କରିବା ପାଇଁ ସହର ଭିତରେ ଥିବା ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚ କରାଯାଉଛି।

ଇଭିଏମ୍ ସୁରକ୍ଷା ବ୍ୟବସ୍ଥାକୁ ଦେଖି ଭୁବନେଶ୍ୱର ସଂସଦୀୟ ଆସନର ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଇଭିଏମ୍ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଷ୍ଟ୍ରଙ୍ଗରୁମ୍ ରେ ସୁରକ୍ଷିତ ଭାବେ ସଂରକ୍ଷିତ ରହିଛି। ଷ୍ଟ୍ରଙ୍ଗରୁମ୍ ଚାରିପଟେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ଏକ ପ୍ଲାଟୁନ୍ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ (ସିଏପିଏଫ) ଦ୍ୱାରା ସୁରକ୍ଷା ପ୍ରଦାନ କରାଯାଉଛି। ବିଲ୍ଡିଂ ବାହାରେ ମୁତୟନ ହୋଇଥିବା ଏକ ପ୍ଲାଟୁନ୍ ଓଡ଼ିଶା ରାଜ୍ୟ ସଶସ୍ତ୍ର ପୁଲିସ ବାହିନୀ ପାଟ୍ରୋଲିଂ କରୁଛନ୍ତି। କ୍ୟାମ୍ପସ ପରିସରରେ ୪ ପ୍ଲାଟୁନ୍ ଫୋର୍ସ କମିସନରେଟ୍ ପୁଲିସ ମୁତୟନ କରିଛି।

ସେହିପରି ଷ୍ଟ୍ରଙ୍ଗରୁମର ଆଖପାଖ ଅଞ୍ଚଳକୁ ନେଇ ଲଗାତାର ସିସିଟିଭି ନଜର ରଖାଯାଇଛି। ସିସିଟିଭି ଫିଡ୍ ଉପରେ ନଜର ରଖିବା ପାଇଁ ଏକ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ କାର୍ଯ୍ୟକରୁଛି। ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ କଲେଜ ପରିସର ବାହାରେ ଥିବା ଷ୍ଟ୍ରଙ୍ଗରୁମ୍ ର ସିସିଟିଭି ଫିଡରେ କଣ ସବୁ ଦେଖାଯାଉଛି ତାହା ଦେଖିବାକୁ ସୁଯୋଗ ଯୋଗାଇ ଦିଆଯାଉଛି। ଭୋଟ ଗଣତି ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଏପରି ବ୍ୟବସ୍ଥା ରହିବ।

କମିଶନର ସଞ୍ଜୀବ ପଣ୍ଡା ଜନସାଧାରଣଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଯେ ଭୁବନେଶ୍ୱରରେ ମତଦାନ ସୁରୁଖୁରୁରେ ଓ ବିନା ଅଘଟଣରେ ସମ୍ପନ୍ନ ହୋଇଛି। ନିର୍ବାଚନ ପରବର୍ତ୍ତୀ ସମ୍ଭାବ୍ୟ ହିଂସାକୁ ରୋକିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଏକ ସତର୍କତାମୂଳକ ପଦକ୍ଷେପ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।

Leave A Reply

Your email address will not be published.