Latest Odisha News

ଅଯୋଦ୍ଧା ଯିବା ପରେ ମୋଦିଙ୍କ ପ୍ରଶଂସା କଲେ ଦୀପିକା

ମୁମ୍ବାଇ: ରମାନନ୍ଦ ସାଗରଙ୍କ ରାମାୟଣ ଧାରାବାହିକରେ ସୀତା ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିବା ଅଭିନେତ୍ରୀ ଦୀପିକା ଚିଖାଲିଆ ନିକଟରେ ଅଯୋଧ୍ୟା ଗସ୍ତ କରିଛନ୍ତି । ସେଠାରେ ସେ ରାମଲଲାଙ୍କ ଦର୍ଶନ କରିଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏମିତି କି ଭଗବାନ ରାମଙ୍କ ଦର୍ଶନ କରିବା ପରେ ଦୀପିକା ନିଜର ଅନୁଭବକୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତିି ।

ଦୀପିକା କହିଛନ୍ତି, ‘ମୋତେ ଅଯୋଧ୍ୟା ଆସିବାର ସୁଯୋଗ ମିଳିବାରୁ ମୁଁ ବହୁତ ଖୁସି । ପ୍ରଭୂ ରାମଙ୍କ ଦର୍ଶନ କରିବା ପରେ ମୋ ଜୀବନ ଧନ୍ୟ ହୋଇଯାଇଛି । ସେଠାରେ ଭଗବାନଙ୍କ ଯେଉଁ ପ୍ରତିମା ରହିଛି ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ପ୍ରତିମା ଜୀବନ୍ତ ଭଳି ଅନୁଭବ ହେଉଛି । ଅଯୋଧ୍ୟାରେ ପ୍ରଭୁ ରାମଙ୍କ ମନ୍ଦିର କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ସମ୍ଭବ ହୋଇପାରିଛି । ସେଥିଲାଗି ତାଙ୍କୁ କୃତଜ୍ଞତା ଜଣାଇଛନ୍ତି । କ୍ଷମତାକୁ ଆସିବା ପରଠାରୁ ସେ ସନାତନ ଧର୍ମ ପାଇଁ ବହୁତ କିଛି କରିଛନ୍ତି ବୋଲି କହିଥିଲେ ।

ଏବେ ଦୀପିକା ତାଙ୍କର ନୂଆ ଧାରାବାହିକ ‘ଧର୍ମପୁତ୍ର ନନ୍ଦିନୀ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି ଏବଂ ଏଥିପାଇଁ ସେ ଅଯୋଧ୍ୟାରେ ମଧ୍ୟ ପହଞ୍ଚିଥିଲେ ।

Comments are closed.