Latest Odisha News

BREAKING NEWS

ଏସୀୟ କ୍ରୀଡ଼ା: ଦୀପିକା ପାଲିକଲ୍ ଓ ଜ୍ୟୋତ୍ସ୍ନା ଚିନ୍ନାପାଙ୍କୁ ସ୍କ୍ୱାଶରେ ୨ଟି ବ୍ରୋଞ୍ଜ ମେଡ଼ାଲ୍

ଜାକର୍ତ୍ତା: ଆଜି ସ୍କ୍ୱାଶରେ ଭାରତକୁ ୨ଟି ବ୍ରୋଞ୍ଜ ମେଡ଼ାଲ ମିଳିଛି । ଭାରତୀୟ ମହିଳା ସ୍କ୍ୱାଶ ଖେଳାଳି ଦୀପିକା ପାଲିକଲ୍ ଏବଂ ଜ୍ୟୋତ୍ସ୍ନା ଚିନ୍ନାପା ଏସିଆନ ଗେମ୍ସର ୭ମ ଦିବସରେ ଭାରତ ଲାଗି ୨ଟି କାଂଶ୍ୟ ପଦକ ହାସଲ କରିପାରିଛନ୍ତି ।

ଦୀପିକା ସେମିଫାଇନାଲରେ ମାଲେସିଆ ଖେଳାଳି ନିକୋଲ ଡ଼େଭିଡ଼ଙ୍କ ଠାରୁ ୦-୩ରେ ପରାସ୍ତ ହୋଇ ତୃତୀୟ ହୋଇଛନ୍ତି ।

ସେହିପରି ଅନ୍ୟ ଏକ ସେମିଫାଇନାଲରେ ଜ୍ୟୋତ୍ସ୍ନା ଚିନ୍ନାପା ମାଲେସିଆର ଖେଳାଳି ଶିବ ଶଙ୍ଗାରି ସୁବ୍ରମଣିୟମଙ୍କ ଠାରୁ ୧-୩ ଗେମରେ ହାରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

ଆଜି ସକାଳେ ଭାରତୀୟ ଆଥଲେଟ ମହମ୍ମଦ ଆନସ ଏବଂ ଆରୋକିଆ ରାଜୀବ ହିଟ୍ସ ଜିତି ପୁରୁଷ ୪୦୦ ମିଟର ସେମିଫାଇନାଲକୁ ଉନ୍ନିତ ହୋଇଛନ୍ତି । ହାଇଜମ୍ପରେ ଚେତନ ସୁବ୍ରମନ୍ୟା ଫାଇନାଲକୁ ଉନ୍ନିତ ହୋଇଛନ୍ତି ।

 

 

ମେଡ଼ାଲ ଟାଲିରେ ଭାରତ ଏବେ ସୁଦ୍ଧା ୨୭ଟି ପଦକ ପାଇ ୯ମ ସ୍ଥାନରେ ରହିଛି । ଭାରତ ୬ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଓ ୧୬ଟି କାଂସ୍ୟ ପଦକ ସହିତ ୨୭ଟି ପଦକ ହାସଲ କରିପାରିଛି ।

Leave A Reply

Your email address will not be published.