Latest Odisha News

BREAKING NEWS

ରଶ୍ମୀରଞ୍ଜନ ପରିଡା ହେଲେ ଓଡିଶା ରଣଜୀ ଦଳର ନୂଆ କୋଚ୍

ଭୁବନେଶ୍ୱର : ଓଡିଶା ରଣଜୀ ଦଳର ପୂର୍ବତନ ଅଧିନାୟକ ରଶ୍ମୀରଞ୍ଜନ ପରିଡାଙ୍କୁ ଓଡିଶା କ୍ରିକେଟ ଦଳର ନୂତନ କୋଚ୍ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି ।

ସେ ଦେବାଶିଷ ମହାନ୍ତିଙ୍କ ବଦଳରେ ନୂତନ କୋଚ ଭାବେ ନିଯୁକ୍ତି ପାଇଛନ୍ତି । ଅନ୍ୟପଟେ କୁଳମଣି ପରିଡାଙ୍କୁ ରାଜ୍ୟ ଦଳ ଚୟନ କର୍ତ୍ତା ଭାବେ ନିଯୁକ୍ତି କରାଯାଇଛି ।

ସୂଚନାରୁ ପ୍ରକାଶ ଯେ ଆଜି ଓଡିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଓଡିଶା ଦଳର କୋଚ୍ ଭାବେ ରଶ୍ମୀରଞ୍ଜନଙ୍କୁ ଏହି ନିଯୁକ୍ତ ପ୍ରଦାନ ଯାଇଛି । ୧୯୯୪-୯୫ ମସିହାରେ ପ୍ରଥମଶ୍ରେଣୀ କ୍ରିକେଟ ଜୀବନ ଆରମ୍ଭ କରିଥିବା ରଶ୍ମୀରଞ୍ଜନଙ୍କର ଦୀର୍ଘଦିନର କ୍ରିକେଟ ଜୀବନର ଅଭିଜ୍ଞତା ରହିଛି ।

ତେବେ ସେ ୧୯୯୪ରୁ ୨୦୦୮ ଯାଏଁ ଓଡିଶା ପକ୍ଷରୁ ରଣଜୀରେ ବିଭିନ୍ନ ଘରୋଇ କ୍ରିକେଟ ଖେଳିଛନ୍ତି । ପରେ ପରେ ୨୦୦୮-୦୯ ମସିହାରେ ଆସାମ, ୨୦୧୦-୧୩ ରାଜସ୍ଥାନ, ୨୦୧୪-୧୫ ମସିହାରେ ହିମାଚଳ ପ୍ରଦେଶ ପାଇଁ ମଧ୍ୟ ଖେଳିଥିଲେ ।

Leave A Reply

Your email address will not be published.