Latest Odisha News

BREAKING NEWS

ବସ୍ ଧକ୍କାରେ ନାବାଳକ ମୃତ ; ଘଟଣାସ୍ଥଳରେ ପୁଲିସର ଲାଠିଚାର୍ଜ 

ସମ୍ବଲପୁର ;  ସମ୍ବଲପୁରରେ ବସ୍ ଚକାତଳେ ଚାଲିଗଲା ନାବାଳକ ପୁଅର ଜୀବନ। ସ୍କୁଟି ନେଇ ମାର୍କେଟକୁ ମା‘ଙ୍କ ପାଇଁ ଔଷଧ ଆଣିବାକୁ ଯିବାବେଳେ, ନାବାଳକର ସ୍କୁଟିକୁ ଧକ୍କା ଦେଇଥିଲା ବସ୍।  

ସୂଚନା ଅନୁସାରେ ସମ୍ବଲପୁର ଟାଉନ୍ ଥାନା ଅନ୍ତର୍ଗତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଅଫିସ ସାମ୍ନାରେ ଏହି ଘଟଣା ଘଟିଛି। ମୃତ ନାବାଳକର ଘର ଆମ୍ବେଦକର ନଗରରେ। ଦୁର୍ଘଟଣାର ସୂଚନା ପାଇବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚିଛି। 

ବସ୍ ଦୁର୍ଘଟଣାରେ ନାବାଳକର ମୃତ୍ୟୁ ହୋଇଥିବାର ଖବର ପ୍ରଘଟ ହେବାପରେ ସମ୍ବଲପୁର ସହରରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ବସକୁ ଭଙ୍ଗାରୁଜା କରିଥିବା ବେଳେ ଘଟଣାସ୍ଥଳରେ  ସ୍ଥିତି ନିୟନ୍ତ୍ରଣ କରିବାରୁ ପୁଲିସ ଲାଠିଚାର୍ଜ ଆରମ୍ଭ କରିଛି। 

Leave A Reply

Your email address will not be published.