Latest Odisha News

ଋଷ-ୟୁକ୍ରେନ ଯୁଦ୍ଧ ବେଳେ ନେହରୁଙ୍କ କୂଟନୀତିକୁ ବ୍ୟବହାର କରୁଛନ୍ତି ମୋଦୀ !

ନୂଆଦିଲ୍ଲୀ: ରାତି ପାହିଲେ ଅଷ୍ଟ୍ରେଲିଆ ସହ ଭାରତର ଡିଜିଟାଲ ଶିଖର ସମ୍ମିଳନୀ ରହିଛି । ଏହା ପୂର୍ବରୁ ଭାରତକୁ ପ୍ରଶଂସା କରିଛି ଅଷ୍ଟ୍ରେଲିଆ। ରବିବାର ଭାରତରେ ଅବସ୍ଥାପିତ ଅଷ୍ଟ୍ରେଲିଆ ଉଚ୍ଚାୟୁକ୍ତ ବେରି ଓ ଫାରେଲ ରୁଷ-ୟୁକ୍ରେନ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟକୁ ପ୍ରଶଂସା କରିଛନ୍ତି । କ୍ୱାର୍ଡ ସଦସ୍ୟ ଦେଶମାନେ ୟୁକ୍ରେନ୍ ସଙ୍କଟ ଉପରେ ଭାରତର ଆଭିମୁଖ୍ୟକୁ ଗ୍ରହଣ କରିଛନ୍ତି । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଦୁଇ ଦେଶରେ ବିବାଦର ଅବସାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କ ସମ୍ପର୍କକୁ ବ୍ୟବହାର କରି ଆହ୍ୱାନ ଦେଉଛନ୍ତି।

ସେ ଗଣମାଧ୍ୟମକୁ କହିଛନ୍ତି, ଆମେ ବୁଝୁଛୁ ଯେ ପ୍ରତ୍ୟେକ ଦେଶର ଦ୍ୱିପାକ୍ଷିକ ସମ୍ପର୍କ ରହିଛି ଏବଂ ବୈଦେଶିକ ମନ୍ତ୍ରାଳୟ ଏବଂ ନିଜେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତବ୍ୟରୁ ଏହା ସ୍ପଷ୍ଟ ଯେ ସେମାନେ ସେମାନଙ୍କ ସମ୍ପର୍କକୁ ବ୍ୟବହାର କରି ସଙ୍କଟର ଅବସାନ ପାଇଁ ନିବେଦନ କରିଛନ୍ତି।

ରୁଷ ବିରୋଧରେ ଭୋଟ୍ ପାଇଁ ଭାରତକୁ ଆମେରିକା ପରୋକ୍ଷରେ ଚାପ ପକାଉଛି । ହେଲେ ଭାରତ ରୁଷ ବିରୋଧରେ ନରିବ ରହିଛି କେବଳ ଆକ୍ରମଣ କରି ବିବାଦର ସମାଧାନ କରିହେବନି ବରଂ ରୁଷ-ୟୁକ୍ରେନ ମଧ୍ୟରେ ଆଲୋଚନା ହେବା ଦରକାର । ତେଣୁ ଯୁଦ୍ଧ ବନ୍ଦ ହେବା ଦରକାର ବୋଲି ଭାରତ ଅନ୍ତର୍ଜାତୀୟ ମଞ୍ଚରେ କହିଛି । ନିକଟରେ ଚୀନି ବିପକ୍ଷରେ ତିଆରି ହୋଇଥିବା କ୍ୱାର୍ଡ ବୈଠକ ଆୟୋଜିତ ହୋଇଥିଲା । ଆମେରିକା, ଅଷ୍ଟ୍ରେଲିଆ, ଜାପାନ, ଭାରତ ଚାରି ଦେଶ କ୍ୱାର୍ଡର ସଦସ୍ୟ। ଏହା ପରେ ବି ଭାରତ ନିଜର ଆଭିମୁଖ୍ୟରେ କୌଣସି ପରିବର୍ତନ କରିନି ।

ଅନ୍ୟପକ୍ଷରେ କୂଟନୈତିକ ସୂତ୍ରରୁ ପ୍ରକାଶ ଯେ ୟୁକ୍ରେନରେ ରୁଷ୍ ଆକ୍ରମଣ ଉପରେ ଭାରତର ଆଭିମୁଖ୍ୟ 1957 ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ନୀତି ଦ୍ୱାରା ଅନୁପ୍ରାଣିତ । ଜାତୀୟ ଟିଭି ଚ୍ୟାନେଲର ଏକ ବିତର୍କରେ ଭାଗ ନେଇଥିବା ବିଶେଷଜ୍ଞ କହିଛନ୍ତି, ଭାରତ ବିବାଦ ବଢାଇବାକୁ ଚାହୁଁନାହିଁ ବରଂ ବିବାଦର ସମାଧାନ ଉପରେ ଗୁରୁତ୍ୱ ଦେଉଛି। ୟୁକ୍ରେନରେ ଯାହା ଘଟୁଛି ତାହାକୁ ଭାରତ ସମର୍ଥନ କରୁଛି ବୋଲି କେହି ଅଭିଯୋଗ କରୁ ନାହାନ୍ତି।

Comments are closed.