Latest Odisha News

BREAKING NEWS

ପୁରୀ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ମାମଲା, ୪ ଅଟକ

ପୁରୀ: ସୁଆର ଓ ମହାସୁଆର ନିଯୋଗ ସମ୍ପାଦକ  କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ମାମଲାରେ ୪ ଜଣ ଅଟକ । ଏହି ଚାରି ଜଣଙ୍କ ମଧ୍ୟରେ ୨ ଜଣ ମୁଖ୍ୟ ଷଡଯନ୍ତ୍ରକାରୀ ରହିଛନ୍ତି ବୋଲି ସୂଚନା ରହିଛି । ଅଟକଙ୍କ ମଧ୍ୟରେ ରହିଛନ୍ତି କାଳିଆ ସିଂହାରୀ ଓ ଦୋଳଗୋବିନ୍ଦ । ଗୁନସିଂହାରୀ ମୃତ୍ୟୁ ଘଟଣାରେ ନିର୍ଦ୍ଦୋଶରେ ଖଲାସ ହୋଇଥିବା କୃଷ୍ଣ ପ୍ରତିହାରୀ ପ୍ରତିଶୋଧର ଶିକାର ହୋଇଛନ୍ତି ବୋଲି ସୂଚନା ରହିଛି । ପୁଲିସ ମଧ୍ୟ ପ୍ରତିଶୋଧରୁ ହତ୍ୟାକାଣ୍ଡ ଘଟିଛି ବୋଲି ଚିନ୍ତା କରି ତଦନ୍ତ କରୁଥିବା ସୂଚନା ରହିଛି। ଆଜି ପୁରୀ ଏସପି ଏ ନେଇ ପ୍ରେସମିଟ୍ କରିବେ ବୋଲି ସୂଚନା ରହିଛି।

ଗତ ୧୬ ତାରିଖ ଦିନ ସ୍ପଷ୍ଟ ଦିବାଲୋକରେ ପୁରୀ ସହର ମଝିରେ ଘଟିଥିଲା ଏହି ଜଘନ୍ୟ ଗୁଳିକାଣ୍ଡ । ଦୁଇ ଦୁର୍ବୃତ୍ତ କୃଷ୍ଣ ପ୍ରତିହାରୀଙ୍କ ମୁଣ୍ଡରେ ଗୁଳି ମାରିବା ସହିତ ଛାତିରେ ଗୁଳି ମାରିବାରୁ ଘଟଣାସ୍ଥଳରେ ପ୍ରତିହାରୀ ପ୍ରାଣ ହରାଇଥିଲେ । ସେବାୟତ ପ୍ରତିହାରୀଙ୍କ ଭାଇ ନରସିଂହ ପ୍ରତିହାରୀ ପୁରୀ ଟାଉନ ଥାନାରେ ଏ ନେଇ ଏତଲା ଦେଇଥିଲେ ।

ଯେଉଁଥିରେ ସେ ଉଲ୍ଲେଖ କରିଥିଲେ ହତ୍ୟା ପଛରେ ଜମି ବାଡି ବିବାଦ ଏବଂ ପୂର୍ବ ଶତ୍ରୁତା ରହିଛି । ସେହିପରି ହତ୍ୟା ପରେ ଦୁର୍ବୃତ୍ତମାନେ କାଳିଆ ସିଂହାରୀ ଏବଂ ଦୋଳ ଗୋବିନ୍ଦଙ୍କ ଶପଥ ପୂରଣ ହେଲା ବୋଲି କହିଥିବା ଏତଲାରେ ଉଲ୍ଲେଖ ରହିଛି । ଏଫଆଇଆରରେ ଟୁଟୁ, କୁନମୁନ, ବାବା ମହାପାତ୍ର, ଓ ହରିପଣ୍ଡା ଗୁଳିମାଡ଼ କରିଥିବା ଉଲ୍ଲେଖ ରହିଛି । ପୁଲିସ ଏବେ ଏତଲା ଆଧାରରେ ତଦନ୍ତ କରୁଛି।

ସୂଚନାଯୋଗ୍ୟ, ଏହି ହତ୍ୟାର ଅଳ୍ପ ଦିନ ପୂର୍ବରୁ ୨୦୧୨ ଗୁନ ସିଂହାରୀ ହତ୍ୟା ମାମଲାରେ ରାୟ ଆସିଥିଲା। ଯେଉଁଥିରେ କୋର୍ଟ ପ୍ରମାଣ ଅଭାବରୁ ୮ ଜଣଙ୍କୁ ନିର୍ଦ୍ଦୋଶରେ ଖଲାସ କରିଥିଲେ। ଯେଉଁଥିରେ ନିଜେ କୃଷ୍ଣଚନ୍ଦ୍ର ପ୍ରତିହାରୀ ମଧ୍ୟ ଥିଲେ।

Leave A Reply

Your email address will not be published.