ଭୁବନେଶ୍ୱର: ଭିକ୍ଷାବୃତ୍ତି କରୁଥିବା ଲୋକଙ୍କ ପାଇଁ ସରକାର ଚିନ୍ତା କରିଛନ୍ତି । ସେମାନଙ୍କୁ ଥଇଥାନ କରିବା ପାଇଁ ରାଜ୍ୟ ସରକାର ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ନେବାକୁ ଯାଉଛନ୍ତି । ଏଣିକି ଭିକ୍ଷା ମାଗୁଥିବା ଲୋକଙ୍କ ପାଇଁ ଖୋଲାଯିବ ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ର । ଏନେଇ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା ।
ଭିକ୍ଷାବୃତ୍ତି କରୁଥିବା ଲୋକଙ୍କ ଥଇଥାନ ପାଇଁ ପ୍ରଥମ ପ୍ରର୍ଯ୍ୟାୟରେ ପୁରୀ ଓ ଭୁବନେଶ୍ୱରରେ ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ର ଖୋଲାଯିବ । ଏହା ତାଙ୍କ ଆର୍ଥିକ କଷ୍ଟ ଦୂର କରିବ । ପୁରୀ ଓ ଭୁବନେଶ୍ୱର ପରେ ସାରା ରାଜ୍ୟରେ ଏହି ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ର ଖୋଲାଯିବ ବୋଳି ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି ।
ପୁରୀ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରକୁ ବିଶ୍ୱ ପର୍ଯ୍ୟଟନ ସ୍ଥଳିରେ ସାମିଲ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଉନ୍ନତିମୂଳକ ପଦକ୍ଷେପ ନେଇଛନ୍ତି । ଏବେ ସରକାର ଭିକାରୀଙ୍କୁ ରୋଜଗାରକ୍ଷମ କରିବା ଓ ସେମାନଙ୍କ ଆର୍ଥିକ ସଂକଟ ଦୂର କରିବା ପାଇଁ ଏଭଳି ନିଷ୍ପତି ନେଇଥିବା ଜଣାପଡିଛି ।
BREAKING NEWS
- ମସଜିଦରେ ଚୁମ୍ବନ ଦେଲେ ମୃତ୍ୟୁଦଣ୍ଡ! ସାଉଦି ଆରବରେ ବାଂଲାଦେଶୀ ଦମ୍ପତିଙ୍କୁ ମୃତ୍ୟୁଦଣ୍ଡ ଘଟଣାରେ ଢାକାରେ ଉତ୍ତେଜନା
- ଧମାକାଦାର ପ୍ରଦର୍ଶନ ପରେ ଭାବୁକ ହେଲେ ହରମନପ୍ରୀତ, ଲୁହ ଝରିଲା ଆଖିରୁ
- ଏଲଏନଜି ସଙ୍କଟ ଜାରି, ବିଷାକ୍ତ ହେବ ପାକିସ୍ତାନ ବାୟୁ
- Bhakta Das on Kotia Issue: “କେନ୍ଦ୍ରରେ ସରକାର ବଞ୍ଚାଇବାକୁ ଓଡ଼ିଶାର ସ୍ୱାର୍ଥ ସହ ସାଲିସ୍ କରୁଛି ବିଜେପି”, କୋଟିଆ ପ୍ରସଙ୍ଗରେ ବର୍ଷିଲେ ଭକ୍ତ…
- Governor Celebrates Vijayadashami: ଏସ୍ଓଏସ୍ ଚିଲ୍ଡ୍ରେନ୍ସ ଭିଲେଜ୍ରେ ଦଶହରା ପାଳିଲେ ନୂଆ ରାଜ୍ୟପାଳ, କୁନି ପିଲାଙ୍କ ସହ ବାଣ୍ଟିଲେ ଖୁସି…
- ରାବଣ ନାମରେ ୩୪ଟି ଗାଁ ! ରାଜସ୍ଥାନ ଆଗରେ
- Naveen Backs CJP Leaders: କକ୍ରୋଚ୍ ଜନତା ପାର୍ଟି ସମର୍ଥନରେ ବାହାରିଲେ ନବୀନ ପଟ୍ଟନାୟକ! ଆଶୁତୋଷ ଓ ସୌରଭଙ୍କୁ ତୁରନ୍ତ ମୁକ୍ତ କରିବାକୁ କଲେ ଦାବି
- ଚାଷୀଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମର ‘ବେଦାମୃତ’; ମହୁମାଛି ପାଳନ…
- କିମ ଜୋଙ୍ଗ ଉନଙ୍କ ମୃତ୍ୟୁ ଖବର ଗୁଜବକୁ ଖଣ୍ଡନ କଲା ଉତ୍ତର କୋରିଆ
- ଷ୍ଟାର୍କଙ୍କ ଐତିହାସିକ ରେକର୍ଡ: ୪୫୦ ଟେଷ୍ଟ ୱିକେଟ୍ ନେବାରେ ବିଶ୍ୱର ପ୍ରଥମ ବାମହାତୀ ଦ୍ରୁତ ବୋଲର

Comments are closed.