Latest Odisha News

BREAKING NEWS

ଫେରିଲା ୧୩ ହଜାର ବର୍ଷ ତଳୁ ବିଲୁପ୍ତ ହୋଇଥିବା ଡାୟର ୱଲ୍ଫ

ଗେମ ଅଫ ଥ୍ରୋନ୍ସ ଫିଲ୍ମରେ ଆମେ ଷ୍ଟାର୍କ ହାଉସର ବିଶ୍ୱସ୍ତ ସାଥୀ ଭାବେ ଡାୟର ୱଲ୍ଫକୁ ଦେଖିଥିଲେ । ଗଧିଆ ପ୍ରଜାତିର ଏହି ମାରାତ୍ମକ ଜନ୍ତୁ ୧୩ ହଜାର ବର୍ଷ ତଳୁ ବିଲୁପ୍ତ ହୋଇଯାଇଛି । ଏବେ ଏହି ଡାୟର ୱଲଫ ପ୍ରତ୍ୟାବର୍ତନ କରିଛି । ବିଶ୍ୱାସ ନ ହେଲେ ବି ଏହା ସତ୍ୟ । ବୈଜ୍ଞାନିକମାନେ ଜୀନ ଏଡିଟିଂ ଦ୍ୱାରା ଏହି ଚମତ୍କାର କରି ଦେଖାଇଛନ୍ତି । ଏହି ସଫଳତା ଯୋଗୁ ବିଲପ୍ତ ପ୍ରାଣୀଙ୍କ ପୂନର୍ବାର ଫେରାଇ ଆଣିବା ଆଶା କିଛି ମାତ୍ରାରେ ସଂଚାର ହୋଇଛି ।

ବାସ୍ତବିକ ଜୀବନରେ ଆମେ ଡାୟର ୱଲଫର ଜୀବାଶ୍ମକୁ ଦେଖୁଥିଲେ । ଏବେ ଏହା ନିଶ୍ୱାସ ପ୍ରଶ୍ୱାସ ନେଉଛି ଏବଂ ଜୀବନ୍ତ ଭାବେ ଆମ ସମ୍ମୁଖକୁ ଆସିଛି । ଟେକ୍ସାସର କୋଲୋଜାଲ ବାଓସାଇନ୍ସ ନାମକ ଏକ କମ୍ପାନୀ ୩ଟି ଡାୟର ୱଲଫ ଛୁଆ ଜନ୍ମ କରାଇବାରେ ସଫଳତା ହାସଲ କରିଛନ୍ତି । ଏହା ବର୍ତମାନର ଗଧିଆଙ୍କ ଡିଏନଏକୁ ବଦଳାଇ ସେମାନେ ଇତିହାସ ରଚିଛନ୍ତି । ୧୩ ହଜାର ବର୍ଷ ତଳର ଡାୟର ୱଲଫର ମସ୍ତିଷ୍କରୁ ବାହାର କରାଯାଇଥିବା ଡିଏନଏକୁ ସଫଳତା ପୂର୍ବକ ବ୍ୟବହାର କରାଯାଇଛି । ସିଆରଆଇଏସପିଆର ଟେକ୍ନୋଲୋଜି ମାଧ୍ୟମରେ ୧୪ ଜୀନର ୨୦ଟି ଏଡିଟ କରାଯାଇଥିଲା । ଏହା ପରେ ଏଡିଟେଡ ସେଲସକୁ କ୍ଲୋନ କରାଯାଇ ଘରୋଇ କୁକୁର ମାଧ୍ୟମରେ ଜନ୍ମ କରାଯାଇଛି । ଏହା ଦୁନିଆର ପ୍ରଥମ ବିଲପ୍ତ ପ୍ରଜାତିର ଜନ୍ମ ବୋଲି କମ୍ପାନୀ ଦାବୀ କରିଛି ।

ଏହି ଏହି ଛୁଆଗୁଡିକୁ ସୁରକ୍ଷା ବ୍ୟବସ୍ଥା ସହକାରେ ୨୦୦୦ ଏକର ସ୍ଥାନରେ ଛଡା ଯାଇଛି । ୧୦ ଫୁଟ ଉଚ୍ଚତାର ପାଚେରୀ, ଡ୍ରୋନ, କ୍ୟାମେରା ଓ ସିକ୍ୟୁରିଟି ଷ୍ଟାଫ ସେମାନଙ୍କ ଉପରେ କଡା ନଜର ରଖିଛନ୍ତି । ଅବଶ୍ୟ ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି ଯେ, ଏହା ଡାୟର ୱଲଫ ପରି ଦେଖାଯାଉଛନ୍ତି ମାତ୍ର ସମ୍ପୂର୍ଣ୍ଣ ତାଙ୍କ ଭଳି ନୁହେଁ । ଏହାର ନାମ ସେମାନେ ଡାୟର ୱଲଫ ଫିନୋଟାଇପ ରଖିଛନ୍ତି । କମ୍ପାନୀ ଏ ବାବଦକୁ ୪୩୫ ମିଲିୟନ ଡଲାର ଖର୍ଚ୍ଚ କରିଛି । ଯାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହା ବିଲୁପ୍ତ ପ୍ରାଣୀଙ୍କ ପ୍ରତ୍ୟାବର୍ତନ ନାଁ ସେମାନଙ୍କ ନକଲ ରୂପ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

Comments are closed.