Latest Odisha News

ଉତ୍କଳ ଦିବସରୁ ଭୁବନେଶ୍ୱରରୁ ଗୋଆକୁ ଉଡିବ ବିମାନ

ଭୁବନେଶ୍ବର: ବିମାନ ସେବା କ୍ଷେତ୍ରରେ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି । ଭୁବନେଶ୍ୱରରୁ ଗୋଆକୁ ଆରମ୍ଭ ହେବ ବିମାନ ସେବା । ଏପ୍ରିଲ୍‌ ୧ ତାରିଖ ଠାରୁ ଓଡ଼ିଶାରୁ ଗୋଆକୁ ସିଧାସଳଖ ବିମାନ ସେବା ଉପଲବ୍ଧ ହେବ ।

ଅପ୍ରେଲ୍‌ ୧ ତାରିଖ ଠାରୁ ପ୍ରତି ମଙ୍ଗଳବାର, ବୁଧବାର, ଗୁରୁବାର ଓ ଶନିବାର ଚାରି ଦିନ ଭୁବନେଶ୍ବରରୁ ଗୋଆକୁ ବିମାନ ଚଳାଚଳ କରିବ । ରାଜ୍ୟ ସରକାରଙ୍କ ନ୍ୟୁ ଡେଷ୍ଟିନେସନ୍‌ ପଲିସି ଅନୁଯାୟୀ ଭୁବନେଶ୍ବରରୁ ଗୋଆକୁ ବିମାନ ଚଳାଚଳ କରିବ । ଏହି ନୂତନ ବିମାନ ସେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଛନ୍ତି ।

ଘରୋଇ ବିମାନ କମ୍ପୀନି ‘ଇଣ୍ଡିଗୋ’ରେ ଭୁବନେଶ୍ବରରୁ ବିମାନଯାତ୍ରୀମାନେ ଗୋଆ ଯାଇପାରିବେ । ପୁଣି ଗୋଆରୁ ଇଣ୍ଡିଗୋର ବିମାନରେ ଭୁବନେଶ୍ବର ଫେରିପାରିବେ । କେନ୍ଦ୍ର ସହାୟତାରେ ରାଜ୍ୟ ସରକାର ବିକଶିତ ଓଡ଼ିଶାକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ ବିମାନ ଚଳାଇବା ପାଇଁ ପଦକ୍ଷେପ ନେଇଛନ୍ତି । ଗୋଆକୁ ବିମାନ ଚଳାଚଳ କରିବା ଦ୍ବାରା ଉଭୟ ଓଡ଼ିଶା ଓ ଗୋଆର ପର୍ଯ୍ୟଟନ ଓ ବ୍ୟବସାୟ ଶିଳ୍ପ ବିକାଶରେ ସହାୟକ ହେବ ।

Leave A Reply

Your email address will not be published.