Latest Odisha News

ନୂଆବର୍ଷରୁ ନୂଆ ବିମାନ ସେବା: ଭୁବନେଶ୍ବର ଓ ଝାରସୁଗୁଡାରୁ ୯ଟି ନୂଆ ସହରକୁ ଉଡାଣ ଆରମ୍ଭ

ଭୁବନେଶ୍ୱର: ନୂଆବର୍ଷରୁ ନୂଆ ବିମାନ ସେବା ଆରମ୍ଭ। ଉଭୟ ଭୁବନେଶ୍ବର ଏବଂ ଝାରସୁଗୁଡ଼ା ବିମାନ ବନ୍ଦରରୁ ଦେଶରର ପ୍ରମୁଖ ସହରକୁ ଆରମ୍ଭ ହେବ ଉଡାଣ ସେବା। ଜାନୁଆରୀରେ ୩ ତାରିଖରୁ ଭୁବନେଶ୍ବରରୁ ଆଉ ୫ ସହରକୁ ସିଧାସଳଖ ଭାବେ ଉଡ଼ିବ ବିମାନ। ଜାନୁଆରୀରେ ପହିଲାରୁ ଝାରସୁଗୁଡ଼ା ଦେଶର ୪ ପ୍ରମୁଖ ସହର ସହ ବିମାନ ସେବାରେ ଯୋଡିହେବ ।

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୫ଟି ଓ ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ୪ଟି ନୂଆ ସହରକୁ ଉଡାଣ ଆରମ୍ଭ ହେବାକୁ ଯାଉଛି। ଭୁବନେଶ୍ବରରୁ ମଧ୍ୟ ପ୍ରଦେଶର ଇନ୍ଦୋର, ଉତ୍ତରାଖଣ୍ଡର ଡେରାଡୁନ୍, କେରଳର କୋଚି, ରାଜସ୍ଥାନର ଜୟପୁର, ଉତ୍ତର ପ୍ରଦେଶର ଲକ୍ଷ୍ନୌକୁ ଉଡ଼ିବ ବିମାନ। ସିଧାସଳଖ ବିମାନ ଉଡ଼ାଣ ନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ (ସିଏମ୍‌ଓ) ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସେହିପରି ଜାନୁଆରୀରେ ପହିଲାରୁ ଝାରସୁଗୁଡ଼ା ଦେଶର ୪ ପ୍ରମୁଖ ସହର ସହ ବିମାନ ସେବାରେ ଯୋଡିହେବ। ଝାରସୁଗୁଡ଼ାରୁ ସିଧାସଳଖ ଭାବରେ ହାଇଦ୍ରାବାଦ, ରାୟପୁର, ଲକ୍ଷ୍ନୌ ଓ ମୁମ୍ବାଇକୁ ବିମାନ ଉଡିବ। ଏହାଦ୍ବାରା ରାଜ୍ୟର ଅର୍ଥନୈତିକ ବିକାଶ କ୍ଷେତ୍ରରେ ମାଇଲଖୁଣ୍ଟ ସାବ୍ଯସ୍ତ ହେବ ବୋଲି କୁହାଯାଇଛି।

Comments are closed.