ଭୁବନେଶ୍ୱର: ସୀମା ବିବାଦ ପ୍ରସଙ୍ଗରେ ବିଧାନସଭାରେ ଆଗତ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ଜାରି ରହିଛି । ବିରୋଧୀ ଦଳ ପକ୍ଷରୁ ଦିଆଯାଇଥିବା ମୁଲତବୀ ପ୍ରସ୍ତାବ ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି । ନିଜ ବିବୃତ୍ତିରେ ସେ କହିଛନ୍ତି, କୋରାପୁଟ ଜିଲ୍ଲା ଓ ଆନ୍ଧ୍ରପ୍ରଦେଶର କିଛି ଜିଲ୍ଲା ମଧ୍ୟରେ ସୀମା ବିବାଦ ରହିଛି ।
ଆପୋଷ ବୁଝାମଣାରେ ସୀମା ଚିହ୍ନଟ: ରାଜସ୍ୱ ମନ୍ତ୍ରୀ
୨୧ଟି ଗାଁରେ ଏହି ସମସ୍ୟା ରହିଛି । ଯେଉଁଠି ରାଜ୍ୟ ସରକାର ସବୁ ପ୍ରକାର ସୁବିଧା ଯୋଗାଇଛନ୍ତି । ଜିଲ୍ଲାପାଳ ଓ ଆରଡ଼ିସିଙ୍କ ତତ୍ତ୍ୱାବଧାନରେ ସୀମା ବିବାଦ ସମାଧାନ ପାଇଁ ଉଦ୍ୟମ ଜାରି ରହିଛି । ସେହିପରି ବାଲେଶ୍ୱର ଜିଲ୍ଲା ଓ ପଶ୍ଚିମବଙ୍ଗ ମଧ୍ୟରେ ମଧ୍ୟ କିଛି ସମସ୍ୟା ରହିଛି। ୯ଟି ଗାଁରେ ସମସ୍ୟା ରହିଥିବା ବେଳେ ସମାଧାନ ପାଇଁ ପ୍ରଶାସନିକ ସ୍ତରରେ ଏକ କମିଟି ହୋଇଛି ।
ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ: ମୋହନ ମାଝୀ
ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ଝାଡ଼ଖଣ୍ଡ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ସହିତ ଓଡ଼ିଶାର ସୀମା ବିବାଦ ରହିଛି । କୋରାପୁଟରେ ୨୧, ଗଜପତିରେ ୧୬ ଗାଁ ସହିତ ବିବାଦ ଲାଗି ରହିଛି । ସେସବୁ ସ୍ଥାନରେ ବିକାଶ ହେଉନଥିବାରୁ ଲୋକ ପଡ଼ୋଶୀ ରାଜ୍ୟ ଆଡ଼କୁ ଢଳୁଥିବା ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ ନ କଲେ ବିବାଦର ସମାଧାନ ହେବନି ବୋଲି ମୋହନ ମାଝୀ କହିଛନ୍ତି ।
ପଡ଼ୋଶୀ ରାଜ୍ୟର ଦାଦାଗିରି: ବିଷ୍ଣ ସେଠୀ
ସୀମା ବିବାଦ ପ୍ରସଙ୍ଗରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି, ସରକାର ଆବଶ୍ୟକ ପଦକ୍ଷେପ ନେଉ ନଥିବାରୁ ପଡ଼ୋଶୀ ରାଜ୍ୟ ଦାଦାଗିରି କରୁଛି । ମନ୍ତ୍ରୀ କିଛି ବୁଝୁନାହାନ୍ତି କିମ୍ବା ସୀମା ବିବାଦ ଭିତରକୁ ପଶୁ ନାହାନ୍ତି । ସୀମାରେ ଥିବା ଲୋକଙ୍କ ପ୍ରତି ସରକାରଙ୍କ ନିଘା ନାହିଁ ।ବାଲେଶ୍ୱର ଓ ଭଦ୍ରକରେ ଅନୁପ୍ରବେଶକାରୀ ପ୍ରବେଶ କରୁଛନ୍ତି । ସର୍ବଦଳୀୟ କମିଟି ଗଠନ କରି ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି ବିଷ୍ଣୁ ସେଠୀ ।
BREAKING NEWS
- ଟି୨୦ ବିଶ୍ୱକପ: ଭାଙ୍ଗିଲା ଏହି ସବୁ ରେକର୍ଡ
- ଗୁଜରାଟ ଟାଇଟାନ୍ସର ବ୍ୟାଟିଂ କୋଚ ହେଲେ ମାଥ୍ୟୁ ହେଡେନ
- Nyaya Sanhita Exhibition: ଆଉ ଦୁଇ ଦିନ ବଢିଲା ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ
- ଭିତ୍ତିଭୂମି ନିର୍ମାଣରେ ଓଡ଼ିଶା ତୁଳନାରେ ଆଗୁଆ ଅଛି ଆନ୍ଧ୍ର: ବିଦ୍ୟୁତ ରିପୋର୍ଟ
- ରାଜ୍ୟରେ ଦାଦନ ଶ୍ରମିକ ବୃଦ୍ଧି, ବର୍ଷକରେ ବଢିଲେଣି ୨୨ ହଜାର ପ୍ରବାସୀ
- Youth Commits Suicide: ପୋଲିସର ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା
- ଜାତୀୟ ସଙ୍ଗୀତ ଗାୟନ ବିବାଦ ପରେ ଇରାନର ୫ ଖେଳାଳିଙ୍କୁ ମାନବୀୟ ଭିଜା ଦେଲା ଅଷ୍ଟ୍ରେଲିଆ
- ଏବର୍ଷ ରାଜ୍ୟରେ ବଢ଼ିଛି କୁମ୍ଭୀରଙ୍କ ସଂଖ୍ୟା
- “Rahul Gandhi ‘urban naxal'”: ରାହୁଲଙ୍କ ଉପରେ ବର୍ଷିଲେ କେନ୍ଦ୍ର ମନ୍ତ୍ରୀ, କହିଲେ, ‘ନକ୍ସଲ… ନିର୍ବୋଧ ରାଜକୁମାର…’
- ବିପୁଳ ପରିମାଣର ଗଞ୍ଜେଇ ସହ ନଗଦ ୪ ଲକ୍ଷ ଟଙ୍କା ଜବତ, ଦୁଇ ଗିରଫ
Comments are closed.