Latest Odisha News

BREAKING NEWS

ଭୂମି ପେଡନେକରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦୁର୍ଗାମତୀ’ର ଟ୍ରେଲର୍‌ ରିଲିଜ୍‌

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଭୁମି ପେଡନେକରଙ୍କ ନୂଆ ଚଳଚ୍ଚିତ୍ର ‘ଦୁର୍ଗାମତୀ’ର ଟ୍ରେଲର ଲଞ୍ଚ କରାଯାଇଛି। ଏହି ଟ୍ରେଲରରେ ତାଙ୍କ ସହ ଅର୍ଶଦ ୱାର୍ସି ମଧ୍ୟ ନଜର ଆସିଛନ୍ତି। ଫିଲ୍ମର ଟ୍ରେଲର ବହୁତ ରୋମାଞ୍ଚକର ଏବଂ ଭୟରେ ପରିପୂର୍ଣ୍ଣ। ଏଥିରେ ଭୁମି ପେଡନେକରଙ୍କୁ ସମ୍ପୂର୍ଣ୍ଣ ଭିନ୍ନ ଶୈଳୀରେ ଦେଖିବାକୁ ମିଳିଛି। ସେ ଏହି ଚଳଚ୍ଚିତ୍ରରେ ଚଞ୍ଚଲ ଚୌହାନ ନାମକ ଜଣେ ଝିଅର ଚରିତ୍ରରେ ଅଭିନୟ କରୁଛନ୍ତି। ଏଥିରେ ସେ ଜଣେ ଅପରାଧୀ ଭାବରେ ନଜର ଆସିଛନ୍ତି ଏବଂ ଯେଉଁଥିପାଇଁ ପୋଲିସ ତାଙ୍କୁ ପଚରାଉଚରା କରିବା ପାଇଁ ଦୁର୍ଗାମତୀ ହବେଲିକୁ ନେଇଯାଉଛି।

ଏହି ମହଲରେ ପୋଲିସ ଗତ ୬ ମାସ ମଧ୍ୟରେ ମନ୍ଦିରରୁ ଚୋରି ହୋଇଥିବା ୧୨ ଟି ମୂର୍ତ୍ତି ଯାଞ୍ଚ କରିଛି। ପଚରାଉଚରା ସମୟରେ ଚଞ୍ଚଲ ଚୌହାନ ଅର୍ଥାତ୍ ଭୁମି ପେଡନେକର ଜଣେ ସାଧାରଣ ମହିଳାଙ୍କଠାରୁ ଭିନ୍ନ ଚରିତ୍ରରେ ଦେଖାଯିବା ଆରମ୍ଭ କରିଥିଲେ। ସେ ରାଣୀ ଦୁର୍ଗାମତୀଙ୍କ ପରି ଅତ୍ୟନ୍ତ ଆକ୍ରମଣାତ୍ମକ ଦେଖାଯାଉଛନ୍ତି। ଟ୍ରେଲରରେ ମାହି ଗିଲଙ୍କୁ ଜଣେ ପୋଲିସ୍‌ ଅଧିକାରୀ ଚରିତ୍ରରେ ଏହି ଘଟଣାର ତଦନ୍ତ କରୁଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.