Latest Odisha News

BREAKING NEWS

ବିଶ୍ୱଚାମ୍ପିୟନ ମେରୀ କମଙ୍କୁ ମିଳିଲା ଅଲିମ୍ପିକ୍ସ ଟିକେଟ

ନୂଆଦିଲ୍ଲୀ: ଭାରତୀୟ ମହିଳା ବକ୍ସିଂ ଆଇକନ୍ ମେରୀ କମ୍ ମହିଳା ବକ୍ସିଂ ବିଭାଗରେ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଛନ୍ତି । ମେରୀ କମଙ୍କୁ ମିଶାଇ ଏପର୍ଯ୍ୟନ୍ତ ୮ ଜଣ ଭାରତୀୟ ବକ୍ସର ଉଭୟ ପୁରୁଷ ଓ ମହିଳା ବିଭାଗରେ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି ।

ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ୫୧ ବର୍ଗ ବିଭାଗରେ ଫିଲିପାଇନ୍ସ ବକ୍ସର ଆଇରିସ ମେଗନୋଙ୍କୁ ୫-୦ରେ ପରାସ୍ତ କରି ୨ୟ ଥର ଲାଗି ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଛନ୍ତି ମେରୀ କମ ।

ଯେଉଁ ୮ଜଣ ବକ୍ସର ଟୋକିଓ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି ସେମାନେ ହେଲେ – ମେରୀ କମ, ସିମରନଜିତ କୌର, ଲଭଲିନା ବୋରଗୋହିଁ, ପୂଜା ରାଣୀ, ଅମିତ ପଂଘାଲ, ବିକାଶ କ୍ରିଷ୍ଣା, ଆଶିଷ କୁମାର ଏବଂ ସତିଶ କୁମାର ।

Leave A Reply

Your email address will not be published.