କେଉଁଝର: ବଳଦେବଜୀଉ ମନ୍ଦିର ବଡ଼ଦାଣ୍ଡ ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳର ଉନ୍ନତିକରଣ ହେବ । ଶୁକ୍ରବାର ଜିଲ୍ଲା ପ୍ରଶାସନ ଏହି ସୂଚନା ଦେଇଛି । ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ କରି ଜିଲ୍ଲା ପ୍ରଶାସନ ଉନ୍ନତିକରଣ ନିଷ୍ପତ୍ତି ବିଷୟ ସୂଚନା ଦେଇଛି । ବଡ଼ ଦାଣ୍ଡରେ ପୁଷ୍ପ ଚିତ୍ରଣ, ଶ୍ରୀଜୀଉଙ୍କ ବିଭିନ୍ନ ବେଶର ଚିତ୍ରଣ, ପାରମ୍ପରିକ କଳାର ଚିତ୍ରାଙ୍କନ, ପାଦ ଚଲାପଥ, ନିବୁଜ ନାଳ, ବ୍ୟବସ୍ଥିତ ବ୍ୟବସାୟ ସ୍ଥଳୀ, ମାଉସୀମା ମନ୍ଦିରର ପାରିପାର୍ଶ୍ଵିକ ଉନ୍ନତି, ଜଳାଶୟ ବା ପିଇବା ପାଣି ବ୍ୟବସ୍ଥା ଆଦି ଆବଶ୍ୟକତା ପୂର୍ଣ୍ଣ କରାଯିବ ।
ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଉନ୍ନତି ପାଣ୍ଠିରେ ତିଆରି ହେଉଥିବା ଭୋଗ ମଣ୍ଡପ ଓ ଭଜନ ମଣ୍ଡପ ଖୁବ୍ ଶୀଘ୍ର ଶେଷ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏସବୁ ବ୍ୟତୀତ ମନ୍ଦିର ଏକ ନୂଆ ରେକର୍ଡ ସ୍ଥାପନ କରିଥିବା ଉପ-ଜିଲ୍ଲାପାଳ ଖବର ଦେଇଛନ୍ତି । ବଳଦେବୀଜୀଉଙ୍କ ୭୨ ଫୁଟ୍ ରଥ ସବୁଠାରୁ ଉଚ୍ଚା କାଠ ରଥ ବୋଲି ବିଭିନ୍ନ ରେକର୍ଡ ବୁକ୍ ରେ ସ୍ଥାନ ପାଇଛି । ‘ଇଣ୍ଡିଆ ବୁକ୍ ରେକର୍ଡ, ନ୍ୟାଶନାଲ ରେକର୍ଡ, ଏସିଆ ପାସିଫିକ୍ ରେକର୍ଡ, ଗ୍ଲୋବାଲ ରେକର୍ଡସ, ଏସିଆ ପାସିଫିକ୍ ଆଇକନ୍ ଏବଂ ୱଣ୍ଡର ବୁକ୍ ଅଫ୍ ରେକର୍ଡସ’ ରେ ଏହି ସମ୍ମାନ ସ୍ଥାନିତ ହୋଇଛି ।
ମନ୍ଦିର ସହିତ ସଂପ୍ରସାରିତ ଅଞ୍ଚଳରେ ମଧ୍ୟ ହେବ ଉନ୍ନତିକରଣ କାର୍ଯ୍ୟ । ଜିଲ୍ଲାପାଳ ଆଶିଷ ଠାକରେ ଏନେଇ ସୂଚନା ଦେଇଛନ୍ତି । ପୁରୁଣା ସହରରେ ହାଡ଼ବନ୍ଧ ପୋଖରୀ, ପାଠାଗାରର ଉଦଘାଟନ ଖୁବ୍ ଶୀଘ୍ର କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏହି ଅବସରରେ ଜିଲ୍ଲା ପ୍ରଶାସନ ଭୂୟାଁ ପିଢ଼ା ସରଦାରଙ୍କୁ ମନ୍ଦିର ପ୍ରତି ଅବଦାନ ପାଇଁ ସମ୍ମାନିତ କରିବା ସହ କୃତଜ୍ଞତା ସମର୍ପିଛି । ଆୟୋଜିତ ବୈଠକରେ ଉପ-ଜିଲ୍ଲାପାଳ, ଏସପି, ଡିଏଫଓ ଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଗଣ ଉପସ୍ଥିତ ଥିଲେ ।
Comments are closed.