Latest Odisha News

BREAKING NEWS

ଦର୍ଶକଙ୍କ ସହ ଖେଳିଲେ କରନ, ଟିଭିରେ ନୁହେଁ ଓଟିଟିରେ ଦେଖିପାରିବେ କଫି ୱିଥ କରନ

ମୁମ୍ବାଇ: କଫି ୱିଥ କରନର ପରବର୍ତୀ ସଂସ୍କରଣ ଟିଭିରେ ନୁହେଁ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ବୋଲି କରନ ଜୋହର ସ୍ପଷ୍ଟ କରିଛନ୍ତି । ଏହା ପୂର୍ବରୁ କଫି ୱିଥ କରନ ଆଉ ଫେରିବ ନାହିଁ ବୋଲି କହି ଦର୍ଶକଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଥିଲେ । ଏହା ମାଧ୍ୟମରେ ସେ ଆଲୋଚନାକୁ ଆସିବା ପରେ ଏବେ ଡିଜନୀ ଆଣ୍ଡ ହଟଷ୍ଟାରରେ ଏହା ଦର୍ଶକମାନେ ଦେଖିପାରିବେ ବୋଲି କହିଛନ୍ତି । ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ନାମୀ ଦାମୀ କଳାକାରଙ୍କୁ ପ୍ରଥମ ଥର ପାଇଁ ଏହି ଶୋରେ ନଜର ଆସିବେ ବୋଲି କରନ କହିଛନ୍ତି ।

ପ୍ରଥମେ ଆଲିୟା ଭଟ୍ଟ ଓ ରଣବୀର ସିଂଙ୍କୁ ସେ ନିମନ୍ତ୍ରଣ କରିଛନ୍ତି । କରନଙ୍କ ଆଗାମୀ ଫିଲ୍ମ ରକି ଆଣ୍ଡ ରାନୀ ପ୍ରେମ କାହାନୀରେ ଉଭୟ ଅଭିନୟ କରୁଛନ୍ତି । ଏହା ପରେ ଆଲ୍ଲୁ ଅର୍ଜୁନ ଓ ରଶ୍ମିକା ମାନ୍ଦନା ଶୋକୁ ଆସିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି ।

Leave A Reply

Your email address will not be published.