Latest Odisha News

BREAKING NEWS

[ଭିଡ଼ିଓ] ଯାଜପୁର ଜିଲ୍ଲାରେ ବିଜୁ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ

ଯାଜପୁର: ଯାଜପୁର ଜିଲ୍ଲାବାସୀଙ୍କୁ ମିଳିଲା ବିଜୁ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ । ଏହି କାର୍ଡ ମାଧ୍ୟମରେ ଜିଲ୍ଲା ବାସୀ ଉନ୍ନତ ମାନର ଚିକିତ୍ସା ସୁବିଧା ପାଇପାରିବେ । କେବଳ ସରକାରୀ ନୁହେଁ ରାଜ୍ୟ ଓ ରାଜ୍ୟ ବାହାରର ବଡ ବଡ ବେସରକାରୀ ହସ୍ପିଟାଲରେ ଉନ୍ନତ ମାନର ଚିକିତ୍ସା ସୁବିଧା ପାଇ ପାରିବେ । ଏଥିପାଇଁ ଜିଲାର ୪ ଲକ୍ଷରୁ ଉର୍ଦ୍ଧ ହିତାଧିକାରୀ ଏହି କାର୍ଡ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାକୁ ଉଦଘାଟନ କରିବା ପରେ ପୁରା ଜିଲାରେ ଆରମ୍ଭ ହୋଇଛି କାର୍ଡ ବଣ୍ଟନର ପର୍ବ ।

ରାଜ୍ୟବାସୀଙ୍କୁ ଉନ୍ନତ ମାନର ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଏଭଳି ଏକ ଯୋଜନା ଆରମ୍ଭ କରିଛନ୍ତି । ଯେଉଁଥିରେ ମହିଳା ମାନେ ବାର୍ଷିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସୁବିଧା ପାଇପାରିବେ ।  ଜିଲା ପ୍ରଶାସନ ପକ୍ଷରୁ ପ୍ରତି ବ୍ଲକକୁ ସ୍ମାର୍ଟ କାର୍ଡ ପ୍ରଦାନ କରାଯାଇଛି । ହିତାଧିକାରୀ ମାନଙ୍କୁ ନିଜ ଘର ପାଖରେ କାର୍ଡ ବଣ୍ଟନର ବ୍ୟବସ୍ଥା କରାଯାଇଛି । ବ୍ଲକ ଓ ପଂଚାୟତ ସ୍ତରରେ ବଣ୍ଟନ ମେଳା କରାଯାଇ ହିତାଧିକାରୀଙ୍କୁ ଏହି କାର୍ଡ ପ୍ରଦାନ କରାଯାଉଛି ।

କାର୍ଡ ପାଇବାରୁ ବଂଚିତ ହିତାଧିକାରୀ ମାନେ ସାନି ଆବେଦନ କଲେ ସେମାନଙ୍କୁ କାର୍ଡ ମିଳିପାରିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।
;

Leave A Reply

Your email address will not be published.