Latest Odisha News

BREAKING NEWS

ବଢ଼ୁଛି ଓମିକ୍ରନ ଚିନ୍ତା, ରାଜ୍ୟରେ ୭ଜଣ ବିଦେଶ ଫେରନ୍ତା କୋଭିଡ଼ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ବଢ଼ୁଛି ଓମିକ୍ରନ ଚିନ୍ତା । ଦିନକୁ ଦିନ ସଂଖ୍ୟା ବଢ଼ୁଥିବାବେଳେ ଯାହା ଚିନ୍ତାଜନକ ହୋଇପଡ଼ିଛି । ଏଯାଏଁ ରାଜ୍ୟରେ ୭ଜଣ ବିଦେଶ ଫେରନ୍ତା କୋଭିଡ଼ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ମଧ୍ୟରୁ ୪ଜଣଙ୍କ ଜିନମ ସିକ୍ୱେନ୍ସିଂ କରାଯାଇଥିଲା । ସେମାନଙ୍କ ମଧ୍ୟରେ ଓମିକ୍ରନରେ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ଅନ୍ୟ ତିନିଜଣଙ୍କ ନମୂନା ଜିନମ ସିକ୍ୱେନ୍ସ ପାଇଁ ଯାଇଛି । ରିପୋର୍ଟ ଆସିଲେ ଜଣାଯିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

ଭ୍ୟାରିଆଣ୍ଟଟା ଯେହେତୁ ଚାରିଆଡ଼େ ବ୍ୟାପୁଛି । କହିପାରିବାନି ଯେ, ଆମକୁ ହେବ ନାହିଁ । ବିଭିନ୍ନ ମଡ଼େଲ ଦେଖାଯାଉଥିବା ଭବିଷ୍ୟବାଣୀ ଗୋଟେ ପରିସଂଖ୍ୟାନ ଉପରେ ଆଧାରିତ । ମଡ଼େଲ ଆମକୁ ପ୍ରସ୍ତୁତ ହେବା ପାଇଁ ଗାଇଡ଼ କରିବ । ଆଇଆଇଟି ମଡ଼େଲ ଅନୁସାରେ, ଯଦି ରୋଗ ପ୍ରତିରୋଧକ ଶକ୍ତି ପର୍ଯ୍ୟାପ୍ତ ପରିମାଣର ନଥାଏ ତାହେଲେ ଦିନକୁ ଦେଢ଼ ଲକ୍ଷ ପର୍ଯ୍ୟନ୍ତ ସଂକ୍ରମିତ ବାହାରିପାରନ୍ତି । ସଂକ୍ରମଣ କେତେ ବଢ଼ୁଛି ତାହା ଦେଖିବାକୁ ପଡ଼ିବ। ସର୍ଭେଲାନ୍ସ କରିବା ସବୁଠାରୁ ଭଲ ଉପାୟ ।

ସିଡ଼ିସି କହିଛନ୍ତି, ଓମିକ୍ରନ ପ୍ରଜାତି ଅଧିକ ସଂକ୍ରମକ ହେଲେ ଆକ୍ରାନ୍ତ ଅଧିକ ଗୁରୁତର ହେଉନାହାନ୍ତି । ହେଲେ ତାକୁ ଭାବି ପ୍ରସ୍ତୁତ ନରହିବା ଠିକ୍ ନୁହେଁ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଏଥିରେ ସମସ୍ତଙ୍କ ଭୂମିକା ରହିଛି । ଲକ୍ଷଣ ଥିଲେ ଟେଷ୍ଟ କରିବା ଦରକାର । ତୁରନ୍ତ ଚିହ୍ନଟ କରି ପ୍ରତିକାର କଲେ ଆକ୍ରାନ୍ତଙ୍କ ସଂଖ୍ୟା କମେଇପାରିବା । ନିର୍ବାଚନ ହେଉ କିମ୍ବା ସ୍କୁଲ ଖୋଲିବା, ସଂକ୍ରମିତଙ୍କ ସଂଖ୍ୟା ଓ ପଜିଟିଭ ହାର ଦେଖି କେନ୍ଦ୍ର ସରକାରଙ୍କ ନିୟମ ମୁତାବକ ପ୍ରତିବନ୍ଧକ ଲଗାଯିବ ।

Leave A Reply

Your email address will not be published.